ETV Bharat / city

ଶୌଚ ସାରି ଫେରୁଥିଲେ: ମାଡିଗଲା ଗାଡି, 2 ମହିଳା ମୃତ

author img

By

Published : Dec 15, 2019, 9:30 AM IST

କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରତାପାଟ ଠାରେ ରବିବାର ଏକ ଅଜଣା ଗାଡି ଧକ୍କାରେ  2 ଜଣ ମହିଳାଙ୍କ ମୃତ୍ୟୁ ଘଟିଛି  ।

accident
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଅଜଣା ଗାଡି ଧକ୍କାରେ 2 ମହିଳା ମୃତ । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରତାପାଟ ଠାରେ ରବିବାର ଏକ ଅଜଣା ଗାଡି ଧକ୍କାରେ 2 ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ୨ ମହିଳା ହେଉଛନ୍ତି ବଡ଼ମ୍ବା ରତାପାଟ ଗ୍ରାମର ସନାତନ ସାହୁଙ୍କ ପତ୍ନୀ ରଙ୍ଗବତୀ ସାହୁ (୫୫ବର୍ଷ) ଓ ଗୁଣ୍ଠୁ ନାୟକଙ୍କ ପତ୍ନୀ ତାରା ନାୟକ (୫୦ ବର୍ଷ) ।

ସୂଚନା ଅନୁଯାୟୀ, ରବିବାର ଭୋର ୪ଟା ସମୟରେ ରଙ୍ଗବତୀ ଏବଂ ତାରା ହାଡୁଆ ନାଳରୁ ଶୌଚ ହୋଇ ଫେରୁଥିଲେ । ଏହି ସମୟରେ ନରସିଂହପୁର ରାସ୍ତାରୁ କଟକ ଆଡକୁ ଯାଉଥିବା ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ ଏହାର ପ୍ରତିବାଦରେ କଟକ - ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିଛି । ରାସ୍ତା ଅବରୋଧ ଫଳରେ ଶହ ଶହ ଗାଡି ରାଜରାସ୍ତାରେ ଅଟକି ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରତାପାଟ ଠାରେ ଦୁର୍ଘଟଣା।ଆଜି ଭୋର ୪ ଟାରୁ ସାଢେ ୪ ଟା ମଧ୍ୟରେ ଏକ ଅଜଣା ଗାଡି ଧକାରେ ୨ ମହିଳା ଙ୍କ ମୃତୁ ଘଟିଛି ମୃତ ୨ ମହିଳା ହେଉଛନ୍ତି ବଡ଼ମ୍ବା ରତାପାଟ ଗ୍ରାମର ସନାତନ ସାହୁ ଙ୍କ ପତ୍ନୀ ରଙ୍ଗବତୀ ସାହୁ (୫୫ବର୍ଷ) ଓ ଗୁଣ୍ଠୁ ନାୟକଙ୍କ ପତ୍ନୀ ତାରା ନାୟକ (୫୦ ବର୍ଷ) ବୋଲି ଜଣାପଡିଛି।ଉଭୟ ମହିଳା ହାଡୁଆ ନାଳରେ ସୌଚ ହୋଇ ଫେରୁଥିବା ସମୟରେ ଦୁର୍ଘଟଣା ର ଶିକାର ହୋଇଥିଲେ।ନରସିଂହପୁର ରାସ୍ତାରୁ କଟକ ଆଡକୁ ଯାଉଥିବା ଅଜଣା ଗାଡି ଧକା ଦେବାରୁ ଘଟଣାସ୍ଥଳରେ ଦୁଇ ମହିଳା ଙ୍କ ମୃତୁ ଘଟିଛି।ଅନ୍ୟପଟେ ଏହାର ପ୍ରତିବାଦରେ କଟକ - ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ ବି ଖବର ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜରି ରହିଛି।ରାସ୍ତା ଅବରୋଧ ଫଳରେ ସହ ସହ ଗାଡି ରାଜ ରାସ୍ତା ରେ ଅଟକି ରହିଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.