ETV Bharat / city

କଟକରେ ସର୍ବାଧିକ ୧୩ ଡେଙ୍ଗୁ ରୋଗୀ ଚିହ୍ନଟ - 14 dengu patients found in cuttack medical

ସୋମବାର ଏସସିବି ଡେଙ୍ଗୁ ୱାର୍ଡରେ ୬୪ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୬ ଜଣ ଡେଙ୍ଗୁରୋଗୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ସେହିପରି ସୋମବାର  ଏସସିବିରେ ୧୪୫ ଟି ରକ୍ତନମୂନା ପରୀକ୍ଷା କରାଯାଇ ଥିଲାବେଳେ ସେଥିରୁ ୩୩ଟି ରକ୍ତନମୂନା ପଜେଟିଭ ବାହାରିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ
author img

By

Published : Nov 4, 2019, 11:40 PM IST

କଟକ: ବଢ଼ିଲା ଡେଙ୍ଗୁ ଚିନ୍ତା । ସୋମବାର ଏସସିବି ଡେଙ୍ଗୁ ୱାର୍ଡରେ ୬୪ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୬ ଜଣ ଡେଙ୍ଗୁ ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ସେହିପରି ସୋମବାର ଏସସିବିରେ ୧୪୫ ଟି ରକ୍ତନମୂନା ପରୀକ୍ଷା କରାଯାଇ ଥିଲାବେଳେ ସେଥିରୁ ୩୩ଟି ରକ୍ତନମୂନା ପଜେଟିଭ ବାହାରିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ସେଥିରେ ଅଧିକାଂଶ କଟକ ସହରରୁ ଥିବା ଜଣାପଡ଼ିଛି । ତେବେ ୩୩ ପଜେଟିଭ ରକ୍ତ ନମୂନା ମଧ୍ୟରୁ କଟକରୁ ସର୍ବାଧିକ ୧୩ ଜଣ, ବାଲେଶ୍ଵରରୁ ୪ ଜଣ, ଭଦ୍ରକରୁ ୫, ଢେଙ୍କାନାଳରୁ ଜଣେ, ଜଗତସିଂହପୁରରୁ ୨ ଜଣ, ଯାଜପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ ୨ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ କେଉଁଝର ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି ।

ସେହିପରି କଟକରେ ଯେଉଁ ୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି, ସେଥିରୁ କୁମ୍ଭରସାହିରୁ ୪ ଜଣ, ନରସିଂହପୁରରୁ ଜଣେ, ଜଗତପୁରରୁ ,ଏସସିବି କ୍ୟାମ୍ପସ, ସାଲେପୁର, ତୁଳସୀପୁର, ମାଲଗୋଦାମ, ଦରଘାଵଜ଼ାର, ତିନିକୋଣିଆ ବଗିଚା ଓ କିଶୋର ନଗର ଅଞ୍ଚଳରେ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବଢ଼ିଲା ଡେଙ୍ଗୁ ଚିନ୍ତା।ଆଜି ଏସସିବି ଡେଙ୍ଗୁୱାର୍ଡ ରେ ୬୪ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୬ ଜଣ ଡେଙ୍ଗୁରୋଗୀ ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି ।ସେହିପରି ଆଜି ଏସସିବିରେ ୧୪୫ ଟି ରକ୍ତନମୁନା ପରୀକ୍ଷା କରାଯାଇଥିଲାବେଳେ ସେଥିରୁ ୩୩ ଟି ରକ୍ତନମୁନା ପଜେଟିଭ ବାହାରିଛି।ସେଥିରେ ଅଧିକାଂଶ କଟକ ସହରରୁ ଥିବା ଜଣା ପଡ଼ିଛି ତେବେ ୩୩ ପଜେଟିଭ ମଧ୍ୟରୁ କଟକ ରୁ ସର୍ବାଧିକ ୧୩ ଜଣ ,ବାଲେଶ୍ଵର ରୁ ୪ ,ଭଦ୍ରକ ରୁ ୫ ,ଢେଙ୍କାନାଳ ରୁ ଜଣେ,ଜଗତସିଂହପୁର ରୁ ୨ ଜଣ,ଯାଜପୁର ,କେନ୍ଦ୍ରାପଡା ଖୋର୍ଦ୍ଧା ରୁ ୨ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ,କେଉଁଝର ଓ ମୟୁରଭଞ୍ଜ ରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣା ପଡ଼ିଛି।
କଟକରେ ଯେଉଁ ୧୩ ଜଣ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି,ସେଥିରୁ କୁମ୍ଭରସାହି ରୁ ୪ ଜଣ,ନରସିଂହପୁର ରୁ ଜଣେ,ଜଗତପୁର ରୁ ,ଏସସିବି କ୍ୟାମ୍ପସ,ସାଲେପୁର, ତୁଳସୀପୁର, ମାଲଗୋଦାମ, ଦରଘାଵଜ଼ାର, ତିନିକୋଣିଆ ବଗିଚା ଓ କିଶୋର ନଗର ଅଞ୍ଚଳରେ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି।

Body:no need

Conclusion:no need

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.