କଟକ: ପୁଣି କଟକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଅବକାରୀ ଫ୍ଲାଇଂ ବିଭାଗ ଚଢାଉ କରି 130 କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 10 ଲକ୍ଷରୁ ଅଧିକ ହେବ ।
ସୂଚନା ଅନୁଯାୟୀ ଆଜି(ଶନିବାର) ଫ୍ଲାଇଂ ଅବକାରୀ ବିଭାଗ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ବାଲିକୁଦା ଗୋପାଳପୁରରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ସେଠାରୁ ୧୩୦ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ଏଥିସହ ଏକ କାର ମଧ୍ୟ ଜବତ କରିଛି ବିଭାଗ । ତେବେ ବ୍ରହ୍ମପୁରରୁ ବିହାର ଚାଲାଣ ହେଉ ଥିବାବେଳେ ଗଞ୍ଜେଇ ଜବତ କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ