ETV Bharat / city

CMC ULB Polls: ନାମାଙ୍କନ ଦାଖଲର ୪ର୍ଥ ଦିନ, 12 ପ୍ରାର୍ଥୀ କଲେ ପ୍ରାର୍ଥୀପତ୍ର ଦାଖଲ - ନାମାଙ୍କନ ଦାଖଲର ୪ର୍ଥ ଦିନ

ସିଏମସି(CMC) ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ । ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନରେ ମୋଟ 12 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Cmc Election: ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନ,12 ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ

author img

By

Published : Mar 5, 2022, 6:56 PM IST

କଟକ: ସିଏମସି(CMC) ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନରେ ମୋଟ 12 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାଥି ମାନେ କର୍ପୋରେଟର ପଦ ପାଇଁ ନିଜ ନିଜର ପ୍ରାଥି ପତ୍ର ଦାଖଲ କରିଥିବା ବେଳେ ମେୟର ପ୍ରାଥି ଭାବେ SUCIର ଜଣେ ପ୍ରାଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Cmc Election: ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନ,12 ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ

ଆଜି(ଶନିବାର) ନାମାଙ୍କନ କରିଥିବା କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସ ଦଳର ସର୍ବାଧିକ 4 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପିର ଦୁଇ ଜଣ ଓ ତିନି ଜଣ ସ୍ୱାଧୀନ ଏବଂ ଦୁଇ ଜଣ ବିଜେଡ଼ି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁତୁରା ସତ୍ୟରଞ୍ଜନ ତ୍ରିପାଠୀ 13 ନମ୍ବର ୱାର୍ଡ ପାଇଁ ପ୍ରାର୍ଥୀ ହୋଇଛନ୍ତି । ତେବେ ସମସ୍ତ ବିରୋଧୀ ଦଳର ପ୍ରାର୍ଥୀମାନେ ଶାସକ ଦଳର କଟକ ସହର ପ୍ରତି ଅବହେଳାକୁ ମୁର୍ଦ୍ଦା କରିଥିବା ବେଳେ ବିଜେଡ଼ିର ପ୍ରାଥି ସହରରେ ହୋଇ ଥିବା ସତ୍ୟରଞ୍ଜନ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ପ୍ରସଙ୍ଗ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଥିବା କହିଛନ୍ତି।

ଏହାବି ପଢନ୍ତୁ : Municipal Poll: ଭୁବନେଶ୍ବର BJP ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ

ସେପଟେ ସିଏମସି(Cuttack Municipal Corporation) ନିର୍ବାଚନ ପାଇଁ ମେୟର ପଦ ପାଇଁ ଆଜି (ଶନିବାର) ପ୍ରଥମ ପ୍ରାର୍ଥୀ ଭାବେ ଏସୟୁସିଆଇ (SUCI) ପକ୍ଷରୁ ବବି ବଲବନ୍ତରାୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାକୁ ନେଇ ବର୍ଷ ତମାମ ରାଜରାସ୍ତାକୁ ଓହ୍ଲାଉଥିବା ବବି ଏବଂ ଏସୟୁସିଆଇ (SUCI) ବସ୍ତି ଭୋଟକୁ ମୂଳ ଆଧାର କରିଛନ୍ତି । ଏହା ବ୍ୟତୀତ ସହରର ବିଭିନ୍ନ ବର୍ଗର ଭୋଟର ମାନଙ୍କ ସମର୍ଥନ ତାଙ୍କର ଦଳ ପ୍ରତି ରହିଥିବା କହିଛନ୍ତି ବବି ।

ପୂର୍ବରୁ ଗିରିବାଳା ବେହେରାଙ୍କୁ କଂଗ୍ରେସ ନିଜର ମେୟର ପ୍ରାର୍ଥୀ କରିଥିବା ବେଳେ ବିଜେଡ଼ି ସୁବାଷ ସିଂଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖକୁ ଆଉ ଦୁଇ ଦିନ ବାକି ରହିଥିବାରୁ ରବିବାର ଓ ସୋମବାର ଦିନ ବହୁ ସଂଖ୍ୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣା ପଡ଼ିଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.