ETV Bharat / city

ବିଜେଡି କ୍ୟାମ୍ପରେ ଶତାଧିକ କଂଗ୍ରେସ କର୍ମୀ

ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଭିତରେ ଲାଗିରହିଛି ଦଳ ବଦଳ ପର୍ବ। ନିଜ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି ନେତା। ଏହି କ୍ରମେ ଆଜି କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି ।

author img

By

Published : Apr 7, 2019, 5:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

କଟକ: ଲାଗିରହିଛି ନେତାଙ୍କ ଦଳବଦଳ କାର୍ଯ୍ୟକ୍ରମ । 2019 ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେଇ ଅନୁସାରେ ନେତା ମାନେ ମଧ୍ୟ ଅନ୍ୟଦଳକୁ ଡେଉଁଛନ୍ତି । ଏହି କ୍ରମେ ଆଜି କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି । ଦେବାଶିଷ ସାମନ୍ତରାୟଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ଏହି ମିଶ୍ରଣରେ ବିଜେଡି ଆହୁରି ସଂଗଠିତ ହେବ ବୋଲି କହିଛନ୍ତି ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ । କାରଣ ପୂର୍ବ 2014 ସାଧାରଣ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଥିଲା । କଂଗ୍ରେସର ମହମ୍ମଦ ମୁକିମ ଅଳ୍ପ ବ୍ୟବଧାନରେ ଦେବାଶିଷଙ୍କ ଠାରୁ ପରାଜୟ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଝୋଲା ସାହି, ପିଠାପୁର ଅଞ୍ଚଳର କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.