କଟକ: ଏସସିବିରେ ପ୍ରଥମ ସାଇନ ଫ୍ଲୁ ରୋଗୀ ଚିହ୍ନଟ । ରୋଗୀଜଣଙ୍କ ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡିଛି ।
ତେବେ ଗତ କିଛିଦିନ ପୂର୍ବରୁ ସ୍ବାଇନ ଫ୍ଲୁ ରୋଗ ସନ୍ଦେହରେ ତିନି ଜଣ ଏସସିବି ଆସିଥିଲେ । ତିନି ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଆରଏମଆରସିକୁ ପଠାଯାଉଥିଲା। ଏହି ପରୀକ୍ଷାରେ ଦୁଇ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ଜଣଙ୍କର ପଜେଟିଭ ଆସିଥିଲା।
ତେବେ ସ୍ବାଇନଫ୍ଲୁ ରୋଗର ସଂକ୍ରମଣ ଜଣା ପଡିବା ପରେ ସଂପୃକ୍ତ ରୋଗୀଙ୍କୁ ଏସସିବିର ସ୍ବତନ୍ତ୍ର ସାଇନଫ୍ଲୁ ବିଭାଗରେ ଭର୍ତ୍ତି କରାଯାଇଛି । ରୋଗୀଙ୍କୁ ଆଇସିଲୋସନରେ ରଖାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଏସସିବି ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ