କଟକ: ପୁଣି କଟକରେ ଅଘଟଣ। ରବିବାର ସନ୍ଧ୍ୟା ସମୟରେ କଟକ ଚାନ୍ଦବାଲି ରାସ୍ତା କଟିକଟା କୁସୁନପୁରଠାରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକ୍ଟି ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି ।
![1 killed, another injured in bike truck accident in cuttack](https://etvbharatimages.akamaized.net/etvbharat/prod-images/od-ctc-bikeaccidentonedeath-avo-7204966_05012020221721_0501f_1578242841_312.jpg)
ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ମଲିକେଶ୍ବରପୁର ଗ୍ରାମର ବିନୋଦ ବିହାରୀ ଧଳ ବୋଲି ଜଣାପଡିଛି । ସେପଟେ ଗୁରୁତର ହୋଇଥିବା ମଣ୍ଟୁ ମହାପାତ୍ରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
![1 killed, another injured in bike truck accident in cuttack](https://etvbharatimages.akamaized.net/etvbharat/prod-images/5606419_bikeaccid.jpg)
ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ