ଭୁବନେଶ୍ବର: ସ୍ମାର୍ଟସିଟିକୁ ଅଳିଆ ମୁକ୍ତ ସହର କରିବା ଲକ୍ଷ୍ୟରେ ଆଗେଇ ଚାଲିଛି ବିଏମସି । ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ବ ଦେଇ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର କାର୍ଯ୍ୟକ୍ଷମ କରାଯାଉଛି । ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁକୁ ସରଳିକରଣ କରାଯାଇ ଖତ ଉତ୍ପାଦନ କରାଯାଉଛି।
ତେବେ ଗୁରୁବାର ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୁନ୍ଦରପଦା ରେଲଓ୍ବେ ଓଭର ବ୍ରିଜ ତଳେ ଦୁଇଟି ଏମସିସି ଏବଂ ଗୋଟିଏ ଏମଆରଏଫ ଲୋକାର୍ପିତ ହୋଇଯାଇଛି । ଭୁବନେଶ୍ବର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏହି ସେଣ୍ଟର ଗୁଡିକ ଲୋକାର୍ପଣ କରିଥିଲେ। ଏହି ଅବସରରେ ସଫେଇ ଗାଡି ଗଡ଼ିଛି । ଏହାକୁ ' ମୁଁ ସଫାଇବାଲା' ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି । ଭୁବନେଶ୍ବରରେ ଏପର୍ଯ୍ୟନ୍ତ ମୋଟ ୧୮ଟି ଏମସିସି ଏବଂ ୨ଟି ଏମଆରଏଫ ଉଦଘାଟନ ହୋଇସାରିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ