ETV Bharat / city

ଅନଲାଇନରେ ଅର୍ଗାନିକ ରାକ୍ଷୀ: ଆଗ୍ରହୀ ଗ୍ରାହକ, ମାଲାମାଲ ଯୁବ ବ୍ୟବସାୟୀ

ରାଜଧାନୀରେ ଜୈବ ରାକ୍ଷୀ ତିଆରି କରିବା ସହ କୋରୋନା ମହାମାରୀ ସମୟରେ ଅନଲାଇନରେ ମାଧ୍ୟମରେ ବିକ୍ରି କରି ଉଦାହରଣ ପାଲଟିଛନ୍ତି । ଅଧିକ ପଢନ୍ତୁ...

ରାକ୍ଷୀ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ଯୁବତୀ

author img

By

Published : Aug 21, 2021, 2:57 PM IST

ଭୁବନେଶ୍ବର: ଦିନକ ପରେ ପାଳନ ହେବାକୁ ଯାଉଛି ବନ୍ଧନର ପର୍ବ ରାକ୍ଷୀ । ଭାଇ ହାତରେ ଭଉଣୀ ବାନ୍ଧିବ ରକ୍ଷା ବନ୍ଧନ । କୋରୋନା ବେଳେ ରାଜଧାନୀର ରାକ୍ଷୀ ବଜାର ମାନ୍ଦା ପଡିଥିବାବେଳେ ଅନଲାଇନରେ ରାକ୍ଷୀ କିଣିବାକୁ ଆଗ୍ରହୀ ହେଉଛନ୍ତି ଗ୍ରାହକ । ଆଉ ଏହାର ଭରପୁର ଫାଇଦା ଉଠାଇଛନ୍ତି ରାଜଧାନୀ ସହିଦ ନଗର ଅଞ୍ଚଳର ସାମ୍ବାଦିକତା ଛାତ୍ରୀ ଶାନ୍ତିଲତା ମିଶ୍ର । ଗୋଟିଏ ପଟେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିବା ବେଳେ ଅନ୍ୟପଟେ ଦୀର୍ଘ ୪ ବର୍ଷ ଧରି ବିଭିନ୍ନ ଅଦରକାରୀ ଜିନିଷରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ରାକ୍ଷୀ । କାଗଜ, ମୋତି, ସୂତା ଓ ଷ୍ଟୋନରେ ରାକ୍ଷୀ ପ୍ରସ୍ତୁତ କରି ୨୦ରୁ ୧୦୦ ଟଙ୍କା ଦରରେ ବିକୁଛନ୍ତି ଶାନ୍ତିଲତା । ଫେସବୁକରେ ହ୍ୟାଣ୍ଡିକ୍ରାପ୍ଟ ପିହୁ ଓ ଇନଷ୍ଟାରେ ଇକ୍ରାପ୍ଟ ଦିଲ୍ଲୀ ନାମରେ ଘରେ ବସି ଶାନ୍ତିଲତା ଅର୍ଡର ପାଉଛନ୍ତି ।

ରାକ୍ଷୀ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ଯୁବତୀ
ସେହିପରି କଳିଙ୍ଗ ନଗରର ଆଉ ଜଣେ ଯୁବତୀ ମନୀଷା । ସବାଇଘାସ, ଝୋଟ, ମେଡିସିନ, କ୍ୟାପସୁଲ, ଅରୁଆ ଚାଉଳ, ସିନ୍ଦୁର, ବିଭିନ୍ନ ପ୍ରକାର କାର୍ଡ, ଖଦି କପଡା, ଅଦରକାରୀ ପେପର, ଛୋଟ ଛୋଟ ବୋତଲ ଓ ଅଠା ସାହାଯ୍ୟରେ ସେ ତିଆରି କରୁଛନ୍ତି ଆକର୍ଷଣୀୟ ରାକ୍ଷୀ । ତାଙ୍କର ଏକାନ୍ତ ଲକ୍ଷ୍ୟ କିପରି ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରାଯାଇପାରିବ । ନିଜ ବୃତ୍ତିଗତ ଜୀବନରୁ ସ୍ବଳ୍ପ ସମୟ ବାହାର କରି ପରିବାର ସହ ମିଶି ଭଳିକି ଭଳି ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରୁଛନ୍ତି ମନୀଷା । ସାଧାରଣତଃ କୋରୋନା ମହାମାରୀ ସମୟରେ ଲୋକେ ପରିବେଶ ଉପଯୋଗୀ ରାକ୍ଷୀ ଗୁଡିକୁ ବେଶ୍ ପସନ୍ଦ କରୁଥିବାରୁ ସେ ଏଭଳି ଇକୋ ଫ୍ରେଣ୍ଡଲୀ ରାକ୍ଷୀ ଗୁଡିକୁ ତିଆରି କରି ଅନଲାଇନରେ କାନଭାସ ଡଟକମ ମାଧ୍ୟମରେ ବିକ୍ରି କରୁଛନ୍ତି ।କେବଳ ଯେ ରାଜଧାନୀରେ ନୁହେଁ କୋରୋନା ମହାମାରୀ ପାଇଁ ଏଥର ଅନଲାଇନ ସପିଂର ବଢିଛି ଡିମାଣ୍ଡ । ଯାହା ମାଧ୍ୟମରେ ଯୁବପୀଢୀ ନୂଆ ଡିଜାଇନର ରାକ୍ଷୀ ପ୍ରସ୍ତୁତ କରି ବିକ୍ରି କରିବା ସହ ହୋଇପାରିଛନ୍ତି ରୋଜଗାରକ୍ଷମ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.