ETV Bharat / city

ନିଶା ନିବାରଣ କେନ୍ଦ୍ରରେ ଅଘଟଣ, ୪ ମହଲାରୁ ଖସି ଯୁବକ ମୃତ - ଏୟାରଫିଲଡ଼ ଥାନା

ରାଜଧାନୀରେ ଅଘଟଣ । ନିଶା ନିବାରଣ କେନ୍ଦ୍ରରେ ଅଘଟଣ । ୪ ମହାଲାରୁ ଖସି ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ଅଧିକ ପଢନ୍ତୁ...

ନିଶା ନିବାରଣ କେନ୍ଦ୍ରରେ ଅଘଟଣ, ୪ ମହଲାରୁ ଖସି ଯୁବକ ମୃତ

author img

By

Published : Jun 9, 2020, 8:37 PM IST

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ଏୟାରଫିଲଡ଼ ଥାନା ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ରରେ ୪ ମହାଲାରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏନେଇ ପରିବାର ଲୋକେ ନିଶାନିବାରଣ କେନ୍ଦ୍ରର କର୍ମଚାରୀଙ୍କ ଅବହେଳା ଓ ଅସାବଧାନତା ଯୋଗୁଁ ଏପରି ହୋଇଥିବା ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନିଶା ନିବାରଣ ପକ୍ଷରୁ ସଫେଇ ଦିଆଯାଇଛି ।

ନିଶା ନିବାରଣ କେନ୍ଦ୍ରରେ ଅଘଟଣ, ୪ ମହଲାରୁ ଖସି ଯୁବକ ମୃତ

ସୁନ୍ଦରପଦାର ଭରସା ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରରେ ସକାଳ ୧୦ ସମୟରେ ଖାରବେଳ ନଗରର ମହେଶ ରାଉତରାୟ ୪ ମହଲାରୁ ଖସିପଡିଥିଲେ । ସୁଚନା ପାଇ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରାଇଛି । ତେବେ ପରିବାର ଲୋକେ କହିଛନ୍ତି ନିଶାରେ ଆକ୍ରାନ୍ତ ଯୋଗୁଁ ସେଠାରେ ତାଙ୍କୁ ରଖାଯାଇଥିଲା । ହେଲେ ହେଲେ ଏପରି ଅଘଟଣ ପାଇଁ ନିଶାନିବାରଣ କେନ୍ଦ୍ର ସମ୍ପୂର୍ଣ୍ଣ ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷେ ଯୁବକ ଜଣଙ୍କ ମାନସିକ ରୋଗୀ ଥିବା ବେଳେ ପ୍ୟାଣ୍ଟ ସୁଖାଇବା ବାହାନାରେ ଉପରକୁ ଯାଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଫାଉଣ୍ଡେସନର ସଭାପତି ସଫେଇ ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.