ଭୁବନେଶ୍ବର: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଯୁବ କଂଗ୍ରେସ । ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ ଯୁବ କଂଗ୍ରେସ।
ସୋମବାର ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ସରକାର ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ମମିତା ମେହେର ପ୍ରସଙ୍ଗରେ କ୍ୟାପଟେନଙ୍କ ନାମରେ ବାରମ୍ବାର ଅଭିଯୋଗ ହେଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ରାଜ୍ୟ ସରକାର । ଏହା ସହ ଯୁବ କଂଗ୍ରେସ ଏ ପ୍ରସଙ୍ଗରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ଏବଂ ରାଜ୍ୟପାଳ ଭବନରୁ ରାଷ୍ଟ୍ରପତି ଭବନ ଯାଏଁ ଏବେ ଆନ୍ଦୋଳନ ହେବ ବୋଲି କହିଛନ୍ତି ସ୍ମୃତି ।
ସୂଚନାଥାଉକି ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଗତ ଦୁଇ ଦିନ ଧରି ରାଜଭବନ ଆଗରେ ଅହରାତ୍ର ଧାରଣାରେ ବିସିଛି ରାଜ୍ୟ ଯୁବ କଂଗ୍ରେସ । ମମିତାଙ୍କୁ ନ୍ୟାୟ ପାଇଁ ଲଢେଇ ଜାରି ରଖିବ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ