ETV Bharat / city

ଯୁବକଙ୍କ ସ୍ବରକୁ ଶାଣିତ କରିବ ଯୁବ କଂଗ୍ରେସ

author img

By

Published : Sep 11, 2020, 1:47 PM IST

Updated : Sep 11, 2020, 3:28 PM IST

ବେକାରୀକୁ ନେଇ ସରକାରଙ୍କ ବିରୋଧରେ ସ୍ବର ଶାଣିତ କରିବ ଯୁବ କଂଗ୍ରେସ। ସୋସିଆଲ ମିଡିଆରେ ଚଳାଇବ କ୍ୟାମ୍ପେନ । ଅଧିକ ପଢନ୍ତୁ...

ଯୁବକଙ୍କ ସ୍ଵରକୁ ଶାଣିତ କରିବ ଯୁବ କଂଗ୍ରେସ
ଯୁବକଙ୍କ ସ୍ଵରକୁ ଶାଣିତ କରିବ ଯୁବ କଂଗ୍ରେସ

ଭୁବନେଶ୍ବର: ବେକାରୀକୁ ନେଇ ସରକାରଙ୍କ ବିରୋଧରେ ସ୍ବର ଶାଣିତ କରିବ ଯୁବ କଂଗ୍ରେସ। ସୋସିଆଲ ମିଡିଆରେ ଗ୍ରାମାଞ୍ଚଳ, ବ୍ଲକସ୍ତରରୁ ଯୁବକମାନେ ବେକାରୀ ସମସ୍ୟାକୁ ନେଇ ନିଜର ବକ୍ତବ୍ୟ ରଖିବେ ।

ଯୁବକଙ୍କ ସ୍ବରକୁ ଶାଣିତ କରିବ ଯୁବ କଂଗ୍ରେସ

#VoiceOfOdisha ମାଧ୍ୟମରେ ଯୁବ ବକ୍ତାମାନେ ବଢୁଥିବା ବେକାରୀକୁ ନେଇ ନିଜର ବକ୍ତବ୍ୟ ପୋଷ୍ଟ କରିବେ। ଭଲ ବକ୍ତାଙ୍କୁ ଯୁବ କଂଗ୍ରେସର ମୁଖପାତ୍ର ହେବାକୁ ସୁଯୋଗ ମିଳିବ ।

ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମିଳନୀରେ ଏହି କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ଜାତୀୟ ଯୁବ କଂଗ୍ରେସର ସଚିବ ରିଆଜ ଅହମ୍ମଦ। ଦେଶରେ ଓ ରାଜ୍ୟରେ ବଢୁଥିବା ବେକାରୀକୁ ନେଇ ସରକାରଙ୍କ ବିରୋଧରେ ସ୍ବର ଶାଣିତ କରିବା ପାଇଁ ଯୁବକ ମାନଙ୍କୁ ଆଗକୁ ଆଣିବା ଓ ଯୁବକ ମାନଙ୍କୁ ସଂଗଠିତ କରିବାର ଏହା ଏକ ପ୍ରୟାସ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା।

ତେବେ ବେକାରୀ ସମସ୍ୟାକୁ ନେଇ ରାହୁଲ ଗାନ୍ଧୀଙ୍କ ପକ୍ଷରୁ #SpeakUpForJob କ୍ୟାମ୍ପେନ ଚାଲିଥିବାବେଳେ ରାଜ୍ୟରେ ଯୁବ କଂଗ୍ରେସ ପକ୍ଷରୁ #VoiceOfOdisha କୁ ନେଇ କ୍ୟାମ୍ପେନ ଆରମ୍ଭ ହୋଇଛି। ଯାହା ଯୁବକଙ୍କ ହକ୍‌କୁ ନେଇ ସରକାରଙ୍କୁ ଘେରିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Sep 11, 2020, 3:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.