ETV Bharat / city

ବିଧାନସଭା ଘେରାଓବେଳେ ପୋଲିସ- ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି, 150 ଗିରଫ

author img

By

Published : Mar 25, 2021, 6:50 PM IST

ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଯୁବ ଆକ୍ରୋଶ ସମାବେଶ’ରେ ଲୋୟର ପିଏମଜିରେ କଂଗ୍ରେସ କର୍ମୀ ଓ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି । 150 ଗିରଫ । ଅଧିକ ପଢନ୍ତୁ...

ବିଧାନସଭା ଘେରାଓ ବେଳେ ପୋଲିସ- ଯୁବ କଂଗ୍ରେସ କର୍ମୀ ଧସ୍ଥାଧସ୍ଥି , 150 ଗିରଫ

ଭୁବନେଶ୍ବର: ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଯୁବ ଆକ୍ରୋଶ ସମାବେଶ’ରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଓ ସେମାନଙ୍କ ମଧ୍ୟରେ ସ୍ଥିତି ଦେଖିବାକୁ ମିଳିଛି । ବେକାରୀ ସମସ୍ୟା, ଦର ଦାମ ବୃଦ୍ଧି ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି ଯୁବ କଂଗ୍ରେସ । ରାଜ୍ୟରେ ବେକାରୀ ସମସ୍ୟା ଉଗ୍ରରୂପ ଧାରଣ କରିଛି ବୋଲି ଅଭିଯୋଗ କରିଛନ୍ତି ଜାତୀୟ ଯୁବ କଂଗ୍ରେସ ସଭାପତି ବି ଭି ଶ୍ରୀନିବାସ ।

ତୈଳଦର ସାଧାରଣ ଲୋକଙ୍କ ଉପରେ ଭାରି ପଡୁଛି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଯୁବ କଂଗ୍ରେସର ବିକ୍ଷୋଭ ଜାରି ରହିବ ବୋଲି ଦଳ କହିଛି । କଂଗ୍ରେସ ଭବନରୁ ଏକ ବିଶାଳ ଯୁବ ପଟୁଆର ବାହାରି ବିଧାନସଭା ଘେରାଓ କରିବାକୁ ଉଦ୍ୟମ କରିଥିଲା । ପୋଲିସ ରୋକିବାକୁ ଚେଷ୍ଟା କରିଥିଲା । ଯୁବ କଂଗ୍ରେସ କର୍ମୀ ବ୍ୟାରିକେଡ ଭାଙ୍ଗି ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ସେଠାରେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା । ପରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ପ୍ରାୟ 150 ଶହ କର୍ମୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆଜିଠୁ ବିକ୍ଷୋଭ ଆରମ୍ଭ ହୋଇଥିବା ଦଳ କହିଛି । ଏପରିକି ନବୀନ ବାବୁ ଯୁବ ବର୍ଗଙ୍କ ସହ ପ୍ରତାରଣା କରିଛନ୍ତି । ମୋଦି ସରକାର କ୍ଷମତାରେ ଆସିଲା ଦିନ ଠାରୁ ତୈଳ ଦର ବୃଦ୍ଧି ହେଉଛି । ତେଣୁ ଏହି ସବୁ ବିରୋଧରେ ଯୁବ କଂଗ୍ରେସ ଗର୍ଜନ କରିଛି । ଆଗାମୀ ଦିନରେ ପ୍ରତି ବ୍ଲକ ,ପଞ୍ଚାୟତ ଓ ୱାର୍ଡକୁ ଏ ସମାବେଶ ଯିବ ବୋଲି ଦଳ କହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ଦେବସ୍ମିତା ରାଉତଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.