ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ରାଜଧାନୀସ୍ଥିତ ସାଇନ୍ସ ପାର୍କରେ ଯୁବକଙ୍କୁ ଛୁରାମାଡ (knife attack in bhubaneswar) । ଗତକାଲି ରାତିରେ ପାର୍କ ନିକଟରେ ଆଶିଷ କୁମାର ନାମକ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଥିବା ସୂଚନା ମିଳିଛି । ଏକାଧିକ ଯୁବକ ମିଶି ଯୁବକ ଜଣଙ୍କୁ ଛୁରା ମାଡ କରିଥିବାବେଳେ ଯୁବକ ଜଣଙ୍କ ଆହତ ହୋଇଥିବା ଜଣାପଡିଛି ।
ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକାଧିକ ଯୁବକ ଆଶିଷଙ୍କୁ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି । । ଥାନାରେ ଅଭିଯୋଗ ହେବା ପରେ ଘଟଣା ସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ