ETV Bharat / city

ଜୀବନ ନେଲା ଡ୍ରଗ୍ସ, ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Sep 9, 2022, 2:59 PM IST

ରାଜଧାନୀରେ ପୁଣି ଯୁବକଙ୍କ ଆତ୍ମହତ୍ୟା । ଏୟାରଫିଲଡ ଥାନା ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଅଧିକ ପଢ଼ନ୍ତୁ

young man committed suicide in bhubaneswar
ଜୀବନ ନେଲା ଡ୍ରଗ୍ସ, ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀରେ ଆଉ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଜଣକ ୩୩ ବର୍ଷୀୟ ଅଶୋକ କୁମାର ପ୍ରଧାନ‌ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ଯୁବକ ଜଣକ ଅନେକ ସମୟରେ ଗଞ୍ଜେଇ ଓ ଡ୍ରଗ୍ସ ସେବନ କରୁଥିଲେ । ଯେହେତୁ ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି, ବାହାରୁ ଡ୍ରଗ୍ସ ସେବନ ଅରି ଘରକୁ ଫେରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ରାଜଧାନୀରେ ଭସାଣିକୁ ନେଇ ଗଣ୍ଡଗୋଳ, ବୋତଲରେ ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ

ତେଣୁ କିଛି ଦିନ ହେଲା ଘର ଲୋକେ ବାହାରକୁ ଯିବାକୁ ବାରଣ କରୁଥିଲେ । ଆଜି ‌ସକାଳୁ ହଠାତ ଭଉଣୀ ଓ ମାଆଙ୍କ ସହ ଝଗଡା କରିଥିଲେ ଅଶୋକ ‌। ପରେ ଘରର କବାଟ ବନ୍ଦ କରିଦେଇଥିଲେ । ସାନଭାଇ ଆସି କବାଟ ଖୋଲିଲା ବେଳକୁ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.