ETV Bharat / city

ସାଇନିଙ୍କ ଉଦ୍ୟମରେ ପରିଚୟ ପାଉଛନ୍ତି ଗ୍ରାମାଞ୍ଚଳର ତାଳପତ୍ର କାରିଗର

author img

By

Published : Mar 7, 2020, 7:03 AM IST

ଓଡ଼ିଶା ଯୁବପିଢ଼ିଙ୍କ ପାଇଁ କିଛି ଭିନ୍ନ କରିବାର ଓ ଗ୍ରାମବାସୀଙ୍କୁ ସ୍ବାବଲମ୍ବୀ କରିବାର ସ୍ବପ୍ନ ନେଇ ସହର ଛାଡି ଗାଁକୁ ଫେରିଥିଲେ ସାଇନି । ଆଉ ସର୍ବପୁରାତନ କଳା ତାଳପତ୍ର କଳାକୃତିକୁ ବାଛି ନେଇଥିଲେ ଉଦ୍ୟୋଗ ଭାବେ । ନିଜେ ସ୍ବାବଲମ୍ବୀ ହେବା ସହ ଗ୍ରାମାଞ୍ଚଳ କାରିଗରଙ୍କୁ ମଧ୍ୟ ସେ ଦେଇଛନ୍ତି ସ୍ବତନ୍ତ୍ର ଏକ ପରିଚୟ । ଅଧିକ ପଢ଼ନ୍ତୁ...

young lady entrepreneur, lady entrepreneur  shainy khuntia, identity to palm leaf art and its artists, ତାଳପତ୍ର କାରିଗର, ମୁଁ ନାରୀ, ସାଇନି ଖୁଣ୍ଟିଆ, ଯୁବ ମହିଳା ଉଦ୍ୟୋଗୀ, ତାଳପତ୍ର କାରିଗର, women's day, ମହିଳା ଦିବସ, ଅନ୍ତର୍ଜାତୀୟ ମହିଳା ଦିବସ
ପରିଚୟ ପାଉଛନ୍ତି ଗ୍ରାମାଞ୍ଚଳର ତାଳପତ୍ର କାରିଗର

ଭୁବନେଶ୍ବର: ରୋଜଗାର ପାଇଁ ଆଜିର ଯୁବପିଢି ହେଉଛନ୍ତି ସହର ମୁହାଁ । କିନ୍ତୁ ସହରର ଜାକ ଜକମ ଉତ୍ତମ ରୋଜଗାରର ସୁଯୋଗ ଛାଡି ଗାଁକୁ ଫେରିଥିଲେ କଟକ ଅଲିସା ବଜାରର ସାଇନି ଖୁଣ୍ଟିଆ । ଉଦ୍ଦେଶ୍ୟ ଥିଲା ଗାଁରେ ରୋଜଗାର ସୃଷ୍ଟି ଓ ଯୁବପିଢିଙ୍କୁ କର୍ମନିଯୁକ୍ତି । ଏତହି ଲକ୍ଷ୍ୟ ନେଇ ଭୁବନେଶ୍ବର ବାଲିପାଟଣାର ଖମାଙ୍ଗ ଶାସନ ଗ୍ରାମରେ ପହଁଞ୍ଚିଥିଲେ ସାଇନି । ସେଠାରେ ଆରମ୍ଭ କରିଥିଲେ ତାଳପତ୍ରର କଳାକୃତି ଉଦ୍ୟୋଗ ।

ପ୍ରାଚୀନ ତାଳପତ୍ର କଳା ଓ କାରିଗରଙ୍କୁ ସ୍ବତନ୍ତ୍ର ପରିଚୟ ଦେଉଛନ୍ତି ସାଇନି ଖୁଣ୍ଟିଆ

ଇନ୍ଦୌର ମେଡି-କାପ୍‌ସ ଇନଷ୍ଟିଟ୍ୟୁଟରୁ MBA କରିବା ପରେ ଓଡିଶା ସାଇନି । କିନ୍ତୁ ଚାକିରି ନକରି ହସ୍ତକଳାକୁ ବାଛି ନେଇଥିଲେ ନିଜରେ ପେଶା ଭାବେ । ନିଜ ସହର ଛାଡି ଭୁବନେଶ୍ବର ବାଲିପାଟଣାରେ କିଛି ଯୁବ କାରୀଗରଙ୍କୁ ନେଇ ସାଇନି ଆରମ୍ଭ କଲେ ‘ଫୋକମେଟ’ ନାମକ ତାଳପତ୍ର କାରିଗରୀ ଉଦ୍ୟୋଗ । ଦେଢ଼ ବର୍ଷ ଭିତରେ 30 ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି ସାଇନି । ନିଜେ ସ୍ବାବଲମ୍ବୀ ହେବା ସହ ଗ୍ରାମାଞ୍ଚଳରେ ମଧ୍ୟ ସୃଷ୍ଟି କରିଛନ୍ତି କର୍ମ ନିଯୁକ୍ତି । ଫୋକମେଟ ତାଳପତ୍ର ଉଦ୍ୟୋଗରେ ଭଳିକି ଭଳି ତାଳପତ୍ର ଖୋଦେଇ କରି ସୁନ୍ଦର କଳାକୃତି ମାନ ତିଆରି କରାଯାଇଥାଏ । ଓଡ଼ିଶାର ସଂକୃତି ଓ ବିଭିନ୍ନ ନିଖୁଣ କାରୁକାର୍ଯ୍ୟକୁ ତାଳ ପତ୍ରରେ ସ୍ଥାନ ଦେଇଥାନ୍ତି କାରିଗର। ତାଳପତ୍ରରେ ତିଆରି ବାହାଘର ନିମନ୍ତ୍ରଣପତ୍ର ବାକ୍ସ, ଉପହାର ପାଇଁ ସୁନ୍ଦର ଜିନିଷ ସବୁ ବିଭିନ୍ନ ମେଳା, ପ୍ରଦର୍ଶନୀ ତଥା ଅନଲାଇନରେ ବିକ୍ରି କରାଯାଉଛି।

2017ରେ ଯେତେବେଳେ ଏହି ଉଦ୍ୟୋଗ ଆରମ୍ଭ ହୋଇଥିଲା ଗୋଟିଏ ତାଳପତ୍ର ତିଆରି ଜିନିଷକୁ 250 ଟଙ୍କାରେ ବିକ୍ରି କରୁଥିଲେ ସାଇନି ଯାହା ବର୍ତ୍ତମାନ 5 ହଜାର ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ମାସିକ ମାତ୍ର 12ଟି ଅର୍ଡର ମିଳୁଥିବା ବେଳେ ବର୍ତ୍ତମାନ ହଜାର ହଜାର ଅର୍ଡର ଆସୁଛି । ଆୟ ମଧ୍ୟ ବେଶ ଭଲ ହେଉଛି ସାଇନିଙ୍କର ଏହି ତାଳପତ୍ର ଉଦ୍ୟୋଗରୁ । ତେବେ କେବଳ ଓଡିଶା ନୁହେଁ ରାଜ୍ୟ ଓ ଦେଶ ବାହାରକୁ ବିକ୍ରି କରିବାର ପ୍ରୟାସ ରଖିଛନ୍ତି ସାଇନି। ବର୍ତ୍ତମାନ ଇନଷ୍ଟାଗ୍ରାମରେ ପେଜ ତିଆରି କରି ସାଇନି ବ୍ୟବସାୟ କରୁଥିବା ବେଳେ ଆଗକୁ ସେ ଅନଲାଇନରେ ନିଜ ଉଦ୍ୟୋଗକୁ ସାମିଲ କରିବା ଲକ୍ଷ୍ୟ ରଖିଛନ୍ତି ।

ଗୋଟିଏ ବର୍ଷ ତଳେ 10 ହଜାର ଟଙ୍କା ରୋଜଗାର କରୁଥିବା ସାଇନି ବର୍ତ୍ତମାନ ସମୟରେ ମାସକୁ 2 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ନିଜ ମନୋବଳ ଓ ଆତ୍ମବିଶ୍ବାସ ବଳରେ ସାଇନି ଆଜି ନିଜ ସହ ଅନ୍ୟମାନଙ୍କୁ ମଧ୍ୟ କରିଛନ୍ତି ସ୍ବାବଲମ୍ବୀ । ଏହାସହ ହଜିଯାଉଥିବା କଳା ଓ କାରିଗରଙ୍କୁ ଦେଉଛନ୍ତି ଭିନ୍ନ ଏକ ପରିଚୟ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.