ETV Bharat / city

ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି

ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି।

author img

By

Published : Jul 14, 2020, 10:30 PM IST

yellow-warnings-with-heavy-rain-and-thunderstorms
ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି

ଭୁବନେଶ୍ବର: ମୌସୁମୀ ଟ୍ରଫ ସ୍ୱାଭାବିକ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବାର ସମ୍ଭାବନା ରହିଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବାର ସମ୍ଭାବନା ରହିଛି । ତେବେ ୧୫ ତାରିଖ ମଧ୍ୟରେ ଓଡ଼ିଶାର ପ୍ରାୟ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୧୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ।। ବଲାଙ୍ଗୀର, ଗଞ୍ଜାମ , କଳାହାଣ୍ଡି, କନ୍ଧମାଳ ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ୟେଲୋ ୱାର୍ନିଙ୍ଗ ଜାରି।ସେହିପରି ବୌଦ୍ଧ, ଗଜପତି, ନୂଆପଡା, ଭଦ୍ରକ,ବାଲେଶ୍ୱର, କୋରାପୁଟ, ନୟାଗଡ଼, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଭୁବନେଶ୍ୱର ଓ କଟକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ସ୍ଵଳ୍ପ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ୧୩-୧୪ ଟି ଷ୍ଟେସନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୨୫.୦ ମିମି । ସେହିପରି କେନ୍ଧୁଝର ଜିଲ୍ଲାରେ ଝୁମ୍ପୁରା ୧୨୦.୪ମିମି, ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ୧୧୨ ମିମି, ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ୧୧୩.୬, ସମ୍ବଲପୁର ଜିଲ୍ଲା ବଟଗାଁରେ ମିମି ୧୦୨.୫ମିମି, ବିରାମହାରାଜପୁରରେ ୯୪.୨ମିମି, ଅନୁଗୁଳ ଜିଲ୍ଲା ତାଳଚେରରେ ମିମି ୯୫.୦ ମିମି ବର୍ଷା ରେକର୍ଡ କରାଯାଇଛି।

ଜୁନ ୧ ତାରିଖରୁ ୧୪ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୩୭୫.୮.ମିମି ମୋଟ ବର୍ଷା ରେକର୍ଡ କରାଯାଇଛି । ୫ ପ୍ରତିଶତ ଅଧିକ ବର୍ଷା ହୋଇଛି।୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଏହା ଭିତରୁ ୬ ଟି ଜିଲ୍ଲା ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଝାରସୁଗୁଡା, ମାଲକାନଗିରି ଅନୁଗୁଳ, ବୌଦ୍ଧ, ନୂଆପଡା ଓ ୨୦ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ପୁରୀ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଯାଜପୁର ,ବାଲେସ୍ୱର କମ ବର୍ଷା ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.