ETV Bharat / city

7 ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ

author img

By

Published : Jan 13, 2021, 8:19 PM IST

ଆଗକୁ ପାରଦ ତଳକୁ ଖସିବ, ପ୍ରବଳ ଶୀତ ଅନୁଭୂତ ହେବ । ଓଡିଶା ରାଜ୍ୟ ମଧ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହିତ ହେଉଛି, ଫଳରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ତାପମାତ୍ରା ଖସିବ । ଅଧିକ ପଢନ୍ତୁ...

7 ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ନିଙ୍ଗ
7 ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ନିଙ୍ଗ

ଭୁବନେଶ୍ବର: ଆଗକୁ ପାରଦ ତଳକୁ ଖସିବ, ପ୍ରବଳ ଶୀତ ଅନୁଭୂତ ହେବ । ଓଡିଶା ରାଜ୍ୟ ମଧ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହିତ ହେଉଛି, ଫଳରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ତାପମାତ୍ରା ଖସିବ । ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ଖସିବ । ଉପକୂଳ ଓଡିଶାର ଜିଲ୍ଲା ଗୁଡିକରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ।

7 ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ନିଙ୍ଗ

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ 7 ଜିଲ୍ଲାରେ ଘନ କୁହୁଡି ଦେଖା ଦେବ, ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ରାୟଗଡା ଏବଂ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ଦେଖା ଦେବ । ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।

ଗତ ୨୪ ଘଣ୍ଟାରେ ୧୫ ଡିଗ୍ରୀ ତଳେ ୫ ସହର । ସୁନ୍ଦରଗଡ଼ରେ ସର୍ବନିମ୍ନ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ୧୩.୬, ଦାରିଙ୍ଗିବାଡିରେ ୧୩.୫, ଫୁଲବାଣୀରେ ୧୨.୮ ଏବଂ କୋରାପୁଟରେ ୧୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.