ETV Bharat / city

ଛାଡିବ ବର୍ଷା, ଆସିବ ଘନ କୁହୁଡି

author img

By

Published : Feb 26, 2020, 3:20 PM IST

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡି ହେବ । ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ଖବର ପଢନ୍ତୁ...

WEATHER REPORT
ଛାଡିବ ବର୍ଷା, ଆସିବ ଘନ କୁହୁଡି

ଭୁବନେଶ୍ବର: ରାଜ୍ୟର ଅଧିକାଂଶରେ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ସେହିପରି ରାଜ୍ୟରେ କମିବ ବର୍ଷାର ପରିମାଣ । ଅଧିକାଂଶ ସ୍ଥାନରେ ସ୍ବଳ୍ପ ଧରଣର ବୃଷ୍ଟିପାତ ହୋଇପାରେ ।

ଛାଡିବ ବର୍ଷା, ଆସିବ ଘନ କୁହୁଡି

ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଜିଲ୍ଲା ଗୁଡିକ ସହ ସୁନ୍ଦରଗଡ, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲା ଗୁଡିକରେ ଘନ କୁହୁଡି ହେବା ନେଇ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।

ସେହିପରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୋଳ, ଢେଙ୍କାନାଳ, ଦେଓଗଡ଼, ବୌଦ୍ଧ, କନ୍ଧମାଳ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୭ ତାରିଖ ଠାରୁ ପାଗ ସ୍ବାଭାବିକ ହେବ ।

ଗତ ୨୪ ଘଣ୍ଟାରେ କଟକ ଜିଲ୍ଲା କଣ୍ଟାପଡାରେ ସର୍ବାଧିକ ୧୦୨ମିମି, ଭୁବନେଶ୍ବରରେ ୭୮.୨ମିମି ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଆଗକୁ ରାତିରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.