ଭୁବନେଶ୍ବର: କୁହୁଡି ବଳୟରେ ଓଡିଶା । ରାଜ୍ୟରେ ମାଡି ଆସୁଛି ଘନ କୁହୁଡି । ଯାହାକୁ ନେଇ ଆଗୁଆ ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଶନିବାର ମଧ୍ୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ଼ ଜିଲ୍ଲାରେ ଘନ କୁହୁଡି ଦେଖା ଦେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।
ଫଳରେ ରାସ୍ତା ଘାଟ ଦୃଶ୍ୟମାନ ଦୂରତାରେ ଅସୁବିଧା ହେବ । ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ବଳ୍ପ କୁହୁଡି ହେବା ସହ ଉପକୂଳରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି । ରାତ୍ରି ତାପମାତ୍ରା ତଳକୁ ଖସିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ଭିତରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୦ ଡିଗ୍ରୀ ସେ.ରେକର୍ଡ କରାଯାଇଛି ।ସେହିଭଳି ଜଗତସିଂହପୁର ଜିଲ୍ଲାରେ ସ୍ୱଳ୍ପ କୁହୁଡି ଦେଖାଦେଇଥିଲା ।