ETV Bharat / city

ଜାରି ରହିବ ଶୀତ ଲହରୀ, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ପ୍ରବଳ ଶୀତ ଲହରୀ

ପ୍ରବଳ ଶୀତ ଲହରୀ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଶୀତ ଲହରୀ ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲା ଗୁଡିକ ପାଇଁ ସତର୍କତା ଜାରି କରାଯାଇଛି । ଆସନ୍ତା ୨ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ...

8 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ
8 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ
author img

By

Published : Feb 3, 2021, 9:13 PM IST

ଭୁବନେଶ୍ବର: ପ୍ରବଳ ଶୀତ ଲହରୀ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଶୀତ ଲହରୀ ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲା ଗୁଡିକ ପାଇଁ ସତର୍କତା ଜାରି କରାଯାଇଛି । ଆସନ୍ତା ୨ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି ।

8 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼,ଦେବଗଡ଼,କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ,ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାରେ କିଛି ସ୍ଥାନରେ ଶୀତ ଲହରୀ ସହ ଗୋଟିଏ ଦୁଇଟି ସ୍ଥାନରେ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଶୀତ ଜନିତ ରୋଗ ବୃଦ୍ଧି ହେବାର ସମ୍ଭାବନା ରହିଛି । ରାତ୍ରି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ, ଏକାଧିକ ଶୀତ ବସ୍ତ୍ର ପରିଧାନ କରନ୍ତୁ । ଗୃହ ପାଳିତ ପଶୁ ମାନଙ୍କ ରହିବା ପାଇଁ ଖୋଲା ସ୍ଥାନ ଅପେକ୍ଷା ଘର ବ୍ୟବସ୍ଥା କରନ୍ତୁ ।ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.