ETV Bharat / city

ମୋ ବସରେ ଯମରାଜ-ଚିତ୍ରଗୁପ୍ତ - ସଡ଼କ ସୁରକ୍ଷା ସଚେତନତା

ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଡ଼କ ସୁରକ୍ଷା ସଚେତନତା । ଆଜି କ୍ରୁଟ ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ମୋ ବସ୍ ଡିପୋରେ ନିଆରା ଭାବେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଅଧିକ ପଢନ୍ତୁ...

ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଡ଼କ ସୁରକ୍ଷା ସଚେତନତା

author img

By

Published : Feb 13, 2021, 12:58 PM IST

ଭୁବନେଶ୍ବର: ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଡ଼କ ସୁରକ୍ଷା ସଚେତନତା । ଜାନୁଆରୀ ୧୮ରୁ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ଆଜି କ୍ରୁଟ ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ମୋ ବସ୍ ଡିପୋରେ ନିଆରା ଭାବେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଡ଼କ ସୁରକ୍ଷା ସଚେତନତା

ମୋ ବସ୍ ର କ୍ୟାପଟେନ ଓ ଗାଇଡ ମାନେ ନିଜେ ଜମରାଜ ଓ ଚିତ୍ରଗୁପ୍ତ ବେଶରେ ଅନ୍ୟ କ୍ୟାପଟେନ ଓ ଗାଇଡ ମାନଙ୍କୁ ସଚେତନ କରାଇଛନ୍ତି । ସିଟ୍ ବେଲ୍ଟ ପିନ୍ଧିବା, ଫୋନ୍ ବ୍ୟବହାର ନ କରିବା, ମଦ୍ୟପାନ କରି ଗାଡ଼ି ନଚଳାଇବା, ଓଭରସ୍ପିଡ୍ ଇତ୍ୟାଦି ସମ୍ପର୍କରେ ବୁଝାଇଥିଲେ।

ସେହିପରି ନିର୍ଦ୍ଧିଷ୍ଟ ଅଞ୍ଚଳରେ ହଲ୍ଟ ଏବଂ ଲେନ୍ ଡ୍ରାଇଭିଂ ଆଦି ଟ୍ରାଫିକ ନିୟମ ପାଳନ କରିବା ସହ କୋଭିଡ ନିୟମ ଉପରେ ଗୁରୁତ୍ବ ଦିଆଯାଇଛି। ଯମରାଜ ଓ ଚିତ୍ରଗୁପ୍ତ ବେଶରେ ଡାଇଲଗ୍ ଦ୍ବାରା ସଚେତନ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.