ETV Bharat / city

XIMBରୁ ବାହାରିଲେ ୩୦ରୁ ଊର୍ଦ୍ଧ୍ବ ପଜିଟିଭ, ହଷ୍ଟେଲ ହେଲା କଣ୍ଟେନମେଣ୍ଟ ଜୋନ - ଜାଭିଅର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରେ କୋରୋନା

କୋରୋନା କବଳରେ ଜାଭିଅର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ । ଅନୁଷ୍ଠାନର ୩୦ରୁ ଊର୍ଦ୍ଧ୍ବ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି BMC । ଅଧିକ ପଢନ୍ତୁ

କରୋନା କବଳରେ XIMB
କରୋନା କବଳରେ XIMB
author img

By

Published : Jan 8, 2022, 5:52 PM IST

ଭୁବନେଶ୍ବର: କୋରୋନା କବଳରେ ଜାଭିଅର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ । ଅନୁଷ୍ଠାନର ୩୦ରୁ ଊର୍ଦ୍ଧ୍ବ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି BMC । ଜାଭିଅର ଇନଷ୍ଟିଚ୍ୟୁଟର ଗୋଟିଏ ହଷ୍ଟେଲକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ କରାଯାଇଛି । ବାକି ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀଙ୍କର ହେବ ଆରଟିପିସିଆର ଟେଷ୍ଟ ।

କରୋନା କବଳରେ XIMB
କରୋନା କବଳରେ XIMB

ଅନ୍ୟ ପକ୍ଷରେ ୩ ଦିନରେ ବିଏମସିରେ ୨୫ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲାଣି । ପୁଣି ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ବିଏମସିର ନର୍ଥ ଜୋନରେ ୪ଟି ଓ ଦକ୍ଷିଣପୂର୍ବ ଜୋନରେ ୭ଟି ସ୍ଥାନ ସାମିଲ । ବୁଦ୍ଧ ପାର୍କ ନିକଟ ୧୪ ନମ୍ବର ୱାର୍ଡର J-208 ପ୍ଲଟ୍ ଓ ନିଳାଦ୍ରୀବିହାର ପ୍ଲଟ ନମ୍ବର S5/166 କଣ୍ଟେନମେଣ୍ଟ ଜୋନ୍ । ସେହିପରି ସତ୍ୟ ବିହାର ୧୮ ନମ୍ବର ୱାର୍ଡର ପ୍ଲଟ 1094 ଓ ଗଜପତି ନଗର ଶିବ ପ୍ଲାଜା ଫ୍ଲାଟ 103କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ନର୍ଥ ଜୋନ ଡେପୁଟି କମିଶନର ପୁରନ୍ଦର ନନ୍ଦ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.