ETV Bharat / city

ଚତୁର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭୁଲ ତଥ୍ୟ

ବଜ୍ରକାପ୍ତାକୁ ନେଇ ଭୁଲ ତଥ୍ୟ । ଚତୁର୍ଥ ଶ୍ରେଣୀ ‘ଆମେ ଓ ଆମ ପରିବେଶ’ ବହିରେ ବଜ୍ରକାପ୍ତା କାତିରେ ଔଷଧୀୟ ଗୁଣ ସହ ଏଥିରୁ ମୁଦି ତିଆରି ହୁଏ ବୋଲି ଉଲ୍ଲେଖ ହୋଇଛି । ଯାହା ବଜ୍ରକାପ୍ତା ଶିକାରକୁ ପ୍ରୋତ୍ସାହନ ଦେବା ସହ ପିଲାଙ୍କୁ ଭୁଲ ଶିକ୍ଷା ଦେଇଛି । ଅଧିକ ପଢନ୍ତୁ...

author img

By

Published : Oct 12, 2021, 9:50 AM IST

ଚତୁର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭୁଲ ତଥ୍ୟ
ଚତୁର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭୁଲ ତଥ୍ୟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ବଜ୍ରକାପ୍ତା ଶିକାର । ଏହାରି ଭିତରେ ଏକ ତଥ୍ୟ ସାମ୍ନାକୁ ଆସିଛି । ବଜ୍ରକାପ୍ତାକୁ ନେଇ କିଛି ଭୁଲ ତଥ୍ୟ ଦିଆଯାଇଛି । ଚତୁର୍ଥ ଶ୍ରେଣୀ ‘ଆମେ ଓ ଆମ ପରିବେଶ’ ବହିରେ ବଜ୍ରକାପ୍ତା କାତିରେ ଔଷଧୀୟ ଗୁଣ ସହ ଏଥିରୁ ମୁଦି ତିଆରି ହୁଏ ବୋଲି ଉଲ୍ଲେଖ ହୋଇଛି । ଯାହା ବଜ୍ରକାପ୍ତା ଶିକାରକୁ ପ୍ରୋତ୍ସାହନ ଦେବା ସହ ପିଲାଙ୍କୁ ଭୁଲ ଶିକ୍ଷା ଦେଇଛି ।

ଚତୁର୍ଥ ଶ୍ରେଣୀର ବହିର ଥିବା 146 ନମ୍ବର ପୃଷ୍ଠାରେ ବଜ୍ରକାପ୍ତାକୁ ନେଇ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି । ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଏହି ଭୁଲ ତଥ୍ୟକୁ ପିଲାମାନଙ୍କୁ ପଢେଇବାକୁ ବାଧ୍ୟ ହେଉଛନ୍ତି । ବହିରେ ଲେଖା ହୋଇଛି କି ବଜ୍ରକାପ୍ତାର କାତିରୁ ମୁଦି ତିଆରି ହୁଏ ଏବଂ ଏଥିରେ ଔଷଧୀୟ ଗୁଣ ଅଛି । ହେଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାରା ବିଶ୍ବରେ ଜୀବନ୍ତ ବଜ୍ରକାପ୍ତା ଓ ଏହାର କାତିର ଚୋରା ଚାଲାଣ ରୋକିବା ପାଇଁ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଭାରତରେ ମଧ୍ୟ ବଜ୍ରକାପ୍ତା ପାଇଁ ଭାରତୀୟ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ ରହିଛି । ବହିରେ ଥିବା ପୃଷ୍ଠାରେ କେତେକ ପ୍ରାଣୀମାନଙ୍କର ନାମ ଓ ତାଙ୍କଠାରୁ ଆମେ କ’ଣ କ’ଣ ଉପକାର ପାଉଛେ ତାହା ଉଲ୍ଲେଖ ରହିଛି । କୋମଳମତି ପିଲାମାନେ ହିଁ ଏହି ପାଠ ପଢୁଛନ୍ତି । ଏହାକୁ ନେଇ ଶିକ୍ଷାବିତ ଓ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଏହାକୁ ଶିକ୍ଷାବିଭାଗକୁ ଗୁରୁତର ସହ ନେବାକୁ ପଡିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.