ETV Bharat / city

STF Raid: ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

author img

By

Published : May 13, 2022, 7:22 AM IST

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ବ୍ରାଉନସୁଗାର ନେଟୱର୍କ ବନାଇଥିଲେ ଏହି ତିନି ଯୁବକ କାଳୁ, ନାଲୁ ଓ ଦିପୁ । ଖୋର୍ଦ୍ଧାରେ ପୁରୁଣା ଅଭିଯୁକ୍ତ ଗିରଫ ପରେ ସାମ୍ରାଜ୍ୟ ସମ୍ଭାଳିଥିଲେ ତିନିଜଣ । ଅଧିକ ପଢନ୍ତୁ

STF Team Raid: ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର: ଖୋର୍ଦ୍ଧାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍(STF) । ବ୍ରାଉନସୁଗାର ନେଟୱର୍କ ବନାଇଥିଲେ ଏହି ତିନି ଯୁବକ କାଳୁ, ନାଲୁ ଓ ଦିପୁ । ଖୋର୍ଦ୍ଧାରେ ପୁରୁଣା ଅଭିଯୁକ୍ତ ଗିରଫ ପରେ ସାମ୍ରାଜ୍ୟ ସମ୍ଭାଳିଥିଲେ ତିନିଜଣ । ଆଉ ଏହିସବୁ ଡେଲିଭେରି ପଏଣ୍ଟ ଥିଲା ଖୋର୍ଦ୍ଧାର ଦଧିମାଛ ଗାଡିଆ । ଏଥିରେ ଛାନଭିନ୍ନ କରି ଅଭିଯୁକ୍ତଙ୍କୁ ଧରିବା ଥିଲା କଷ୍ଟକର । ଅଭିଯୁକ୍ତମାନେ ଡ୍ରଗ୍ସ‌ ବେପାର କରି ମାଲାମାଲ୍‌ ହୋଇଯାଇଥିଲେ । ତେବେ ଏନେଇ ତିନି ଅଭିଯୁକ୍ତ ରଞ୍ଜନ‌ ପଟ୍ଟଶାଣି(ନାଲୁ), ଲକ୍ଷ୍ମୀଧର ସ୍ବାଇଁ ଓରଫ ନାଲୁ ଓ ଅମରେନ୍ଦ୍ର‌ ମହାପାତ୍ର ବ୍ରାଉନ ସୁଗାର ଡିଲ୍‌ ପାଇଁ ଲୁଚିଥିବା ବେଳେ ହଠାତ ଖବର‌ ପାଇ ମାଡି ବସିଥିଲା ପୋଲିସ ।

ସେମାନଙ୍କ ନିକଟରୁ ୧ କେଜି ୪୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ ଟିମ । ଯାହାର‌ ଆନୁମାନିକ ମୁଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏନେଇ ଆବଶ୍ୟକ ପଡିଲେ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି STF ଅଧିକାରୀ । ତେବେ ୨୦୨୦ରୁ ଏଯାବତ ୫୧ କିଲୋଗ୍ରାମ ବ୍ରାଉନସୁଗାର ସହ ୨୦୨ ଗ୍ରାମ କୋକେନ ଓ ୯୩ କ୍ବିଣ୍ଟାଲର‌ ଗଞ୍ଜେଇ ସହ ୭୫୦ ଅଫିମ ସହ ୧୪୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.