ETV Bharat / city

World Restart A Heart Day: ହୃଦରୋଗୀଙ୍କୁ ବଞ୍ଚାଇବା ନେଇ ସିପିଆର ତାଲିମ - କିପରି ହୃଦରୋଗୀଙ୍କୁ ବଞ୍ଚାଇ ହେବ

ହୃଦ ରୋଗବ୍ୟକ୍ତିଙ୍କୁ ଠିକ ସମୟରେ ସିପିଆର ଦିଆଗଲେ ସେମାନଙ୍କୁ ବଞ୍ଚାଇ ହେବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । କିପରି ଭାବରେ ସିପିଆର ଦ୍ବାରା ଜୀବନ ବଞ୍ଚାଇ ହେବ ଏନେଇ ଡାକ୍ତରମାନେ ତାଲିମ ଦେଇଛନ୍ତି । ଅଧିକ ପଢନ୍ତୁ

ବିଶ୍ୱ ହୃତପିଣ୍ଡ ପୁନଃ ସଞ୍ଚାଳନ ଦିବସ, କିପରି ହୃଦରୋଗୀଙ୍କୁ ବଞ୍ଚାଇ ହେବ ସେନେଇ ସିପିଆର ତାଲିମ ପ୍ରଦାନ

author img

By

Published : Oct 17, 2022, 10:23 PM IST

ଭୁବନେଶ୍ବର: ଦିନକୁ ଦିନ ବିଶ୍ବରେ ହୃତପିଣ୍ଡ ଜନିତ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି । ତେବେ ହୃଦ ରୋଗ ବ୍ୟକ୍ତିଙ୍କୁ ଠିକ ସମୟରେ ସିପିଆର ଦିଆଗଲେ ସେମାନଙ୍କୁ ବଞ୍ଚାଇ ହେବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । କିପରି ଭାବରେ ସିପିଆର ଦ୍ବାରା ଜୀବନ ବଞ୍ଚାଇ ହେବ ଏନେଇ ଡାକ୍ତରମାନେ ତାଲିମ ଦେଇଛନ୍ତି । ବିଶ୍ୱ ହୃତପିଣ୍ଡ ପୁନଃ ସଂଚାଳନ ଦିବସ । ଏହି ଅବସରରେ "ମୋ ସ୍କୁଲ" ସହଯୋଗରେ ପୁରୀ ଜିଲ୍ଲାର ପାଞ୍ଚ ହଜାର ଛାତ୍ର ଛାତ୍ରୀଙ୍କୁ ସିପିଆର ତାଲିମ ପ୍ରଦାନ କରାଯାଇଅଛି । ଏହି ସିପିଆର ତାଲିମ କାର୍ଯ୍ୟକ୍ରମକୁ ଏକ ଘରୋଇ ହସ୍ପିଟାଲର ସହକାରୀ ପ୍ରାଧ୍ୟାପକ ଡ଼ ସମ୍ବିତ ସ୍ୱାଇଁ, ଦୀପକ କୁମାର ଚୌଧୁରୀ, ପର୍ଶୁଧର ସାମନ୍ତରାୟ, ଡିପିଆରଏମ ଯୁଗ୍ମ ସଚିବ ରାଜେଶ ମହାନ୍ତି ଓ ଦିବ୍ୟସିଂହ ପଟ୍ଟନାୟକ ପରିଚାଳନା କରିଥିଲେ l

world restart a heart day, କିପରି ହୃଦରୋଗୀଙ୍କୁ ବଞ୍ଚାଇ ହେବ ସେନେଇ ସିପିଆର ତାଲିମ ପ୍ରଦାନ

ଜନସାଧାରଣଙ୍କ ସିପିଆର ତାଲିମ ଓ ଠିକ ସମୟରେ ଡାକ୍ତରୀ ସହାୟତା ପହଞ୍ଚାଇ ପାରିଲେ ଡାକ୍ତରଖାନା ବାହାରେ ଘଟୁଥିବା ହୃତପିଣ୍ଡ ଜନିତ ମୃତ୍ୟୁସଂଖ୍ୟା ରୋକାଯାଇପାରିବ । ଭାରତରେ ପ୍ରତିବର୍ଷ 1.8 ମିଲିୟନ ଲୋକ ହୃଦଘାତ ଓ ହୃତସ୍ପନ୍ଦନ ବନ୍ଦ ଯୋଗୁଁ ପ୍ରାଣ ହରାଉଛନ୍ତି । ସେହିପରି ଓଡ଼ିଶାରେ ବର୍ଷକୁ 15 ହଜାର ଲୋକ ପ୍ରାଣ ହରାଉଛନ୍ତି । ସେମାନଙ୍କ ମଧ୍ୟରୁ 90 ଭାଗ ଲୋକ ଘରେ, କର୍ମସ୍ଥଳୀ ଓ ସର୍ବସାଧାରଣ ସ୍ଥାନରେ ହୃତସ୍ପନ୍ଦନ ବନ୍ଦ ହେବା ଫଳାରେ ମୃତ୍ୟୁ ମୁଖରେ ପଡୁଛନ୍ତି l ସେମାନଙ୍କ ମଧ୍ୟରୁ 80 ଭାଗ ଲୋକ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଉଛନ୍ତି । ହୃତପିଣ୍ଡ ବନ୍ଦର 3 ମିନିଟ ମଧ୍ୟରେ ସିପିଆର ଦିଆଯାଇପାରିଲେ ବହୁ ଲୋକଙ୍କ ଜୀବନ ବଞ୍ଚା ଯାଇପାରିବ । ଏହି ସିପିଆର ସାଧାରଣ ଲୋକ ତାଲିମ ନେବା ପରେ ଦେଇ ପାରିବେ ବୋଲି ସେଣ୍ଟ ଜନ ଆମମ୍ବୁଲାନ୍ସର ସହକାରୀ ଆୟୁକ୍ତ ପୁରୁଷୋତ୍ତମ ବଳ ପ୍ରକାଶ କରିଥିଲେ l

ଆମେରିକାରେ ହୃତପିଣ୍ଡ ବନ୍ଦ ପୀଡିତ ଯାହାଙ୍କୁ ସିପିଆର ଦିଆଯାଇ ଡାକ୍ତଖାନା ନିଆଯାଉଥିଲା ସେମାନଙ୍କ ମଧ୍ୟରୁ 46 ଭାଗ ପୀଡ଼ିତଙ୍କ ଜୀବନ ବଞ୍ଚାଯାଇପାରିଥିଲା । ଆମେରିକାର 46 ଭାଗ, ଜାପାନରେ 50 ଭାଗ ସିପିଆର ଜାଣିଥିବା ବେଳେ ଭାରତରେ ମାତ୍ର 2 ଭାଗ ଲୋକଙ୍କୁ ସିପିଆର ଜଣାଅଛି । ଏହି ଦିବସ ପାଳନ ଅବସରରେ "ମୋ ସ୍କୁଲ" ସହଯୋଗରେ ପୁରୀ ଜିଲ୍ଲାର ପାଞ୍ଚ ହଜାର ଛାତ୍ରଛାତ୍ରୀଙ୍କୁ ସିପିଆର ତାଲିମ ପ୍ରଦାନ କରାଯାଇଅଛି । ଏହି ବର୍ଷ ସାରା ଓଡ଼ିଶାର 50 ହଜାର ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ତଥା ଜୀବନ ରକ୍ଷା କୌଶଳ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଅଛି ବୋଲି ଡିପିଆରଏମର ସାଧାରଣ ସମ୍ପାଦକ ସୌଭାଗ୍ୟ ଦାସ ପ୍ରକାଶ କହିଛନ୍ତି ।

ଇଟିଭି ଭାରତ ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.