ETV Bharat / city

କୁଷ୍ଠ ରୋଗୀ କଲୋନୀରେ ବିଶ୍ବ ଡାକ୍ତର ଦିବସ ପାଳିତ

ଭୁବନେଶ୍ବରର ଗୋଖୀବାବା ଅଞ୍ଚଳରେ ଥିବା କୁଷ୍ଠ ରୋଗୀ କଲୋନରେ ଡାକ୍ତର ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 1, 2021, 9:06 PM IST

କୁଷ୍ଠ ରୋଗୀ କଲୋନୀରେ ବିଶ୍ବ ଡାକ୍ତର ଦିବସ ପାଳିତ
କୁଷ୍ଠ ରୋଗୀ କଲୋନୀରେ ବିଶ୍ବ ଡାକ୍ତର ଦିବସ ପାଳିତ

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ଡାକ୍ତର ଦିବସ । ମହାମାରୀ ସମୟରେ ଡାକ୍ତରମାନେ ନିରନ୍ତର ଭାବରେ ସେବା ଯୋଗାଇ ଆସୁଥିବାବେଳେ ସେମାନଙ୍କୁ ସମସ୍ତ ଦିଗରୁ ଶୁଭେଚ୍ଛା ମିଳିଛି । ଏହି ଅବସରରେ ଦାନ୍ତ ସଂଜୀବନି ଦି ଟ୍ରଷ୍ଟ ଓ ମିଶ୍ର ଲେଜର ଡେଣ୍ଟାଲ କ୍ଲିନିକର ମିଳିତ ଆନୁକୂଲ୍ୟରେ ଗୋଖୀବାବା ଅଞ୍ଚଳରେ ଥିବା କୁଷ୍ଠ ରୋଗୀ କଲୋନୀରେ ଏହି ଦିବସକୁ ପାଳନ କରାଯାଇଛି ।

ଏହି ଅଞ୍ଚଳରେ ଡାକ୍ତର ଆର.କେ ମିଶ୍ର ପହଞ୍ଚି ଲୋକଙ୍କୁ ଦାନ୍ତ ରୋଗ ବିଷୟରେ ବୁଝାଇବା ସହ ବସ୍ତିର ଲୋକଙ୍କୁ ବ୍ରସ, ପେଷ୍ଟ, ସାନିଟାଇଜର, ମାସ୍କ ଇତ୍ୟାଦି ବାଣ୍ଟିଥିଲେ । ଏହାପରେ ସେମାନଙ୍କୁ କୋରୋନା ସଚେତନ କରାଯାଇଥିଲା । ଭୁବନେଶ୍ବରର ବିଭିନ୍ନ ବସ୍ତିରେ ପହଞ୍ଚି ବସ୍ତି ଲୋକଙ୍କୁ ଦାନ୍ତ ଜନିତ ରୋଗ ବିଷୟରେ ବୁଝାଇବା ସହ କିଭଳି ତାର ଯତ୍ନ ନେବେ, ସେ ସମ୍ପର୍କରେ ଡାକ୍ତର ବୁଝାଇଥିଲେ ।

ମହାମାରୀ ସମୟରେ ଏହି ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଡାକ୍ତର ମିଶ୍ର ଏକ ପ୍ରୟାସ ଆରମ୍ଭ କରିଛନ୍ତି । ସେ ନିଜ କ୍ଲିନିକର ଅନ୍ୟ ଡାକ୍ତରଙ୍କ ସହିତ ମିଶି ଏହି ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି । ରାଜଧାନୀର ଅନ୍ୟ କେତେକ ସ୍ଥାନରେ ମଧ୍ୟ ସେ ବସ୍ତିବାସିନ୍ଦାଙ୍କୁ ସହାୟତା ଯୋଗାଇବା ସହିତ ସ୍ବାସ୍ଥ୍ୟର ଯତ୍ନ ନେବା ସମ୍ପର୍କରେ ବୁଝାଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.