ETV Bharat / city

ବିଶ୍ବ ସାଇକେଲ ଦିବସ: ସାଇକେଲ ଚଲାନ୍ତୁ, ସୁସ୍ଥ ରୁହନ୍ତୁ

author img

By

Published : Jun 3, 2020, 9:19 PM IST

ଆଜି ହେଉଛି ବିଶ୍ବ ସାଇକେଲ ଦିବସ । ଗତ 2018 ମସିହାରୁ ସାଇକେଲ ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ...

world cycle day celebrate in bhubaneswar
ବିଶ୍ବ ସାଇକେଲ ଦିବସ: ସାଇକେଲ ଚଲାନ୍ତୁ ସୁସ୍ଥ ରୁହନ୍ତୁ

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ସାଇକେଲ ଦିବସ । ଲୋକଙ୍କୁ ସାଇକେଲ ଚଳାଇବା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଗତ 2018 ମସିହାରେ ଜାତିସଙ୍ଘର ସ୍ବତନ୍ତ୍ର ଅଧିବେଶନରେ ଏନେଇ ପ୍ରସ୍ତାବ ଗୃହୀତ ହୋଇଥିଲା । ବାସ୍ ତା ପର ଠାରୁ ପ୍ରତିବର୍ଷ ଏହିଦିନକୁ ବିଶ୍ବ ସାଇକେଲ ଦିବସ ଭାବେ ପାଳନ କରାଯାଉଛି ।

ତେବେ ବିଭିନ୍ନ ଦେଶରେ ଏହାକୁ ଗୁରୁତ୍ବ ଦିଆଯାଇ ସାଇକେଲ ଚାଳକଙ୍କୁ ବିନା ବାଧାରେ ଚଳପ୍ରଚଳ ପାଇଁ ସ୍ବତନ୍ତ୍ର ଟ୍ରାକ ମାନ ପ୍ରସ୍ତୁତ କରାଯାଉଛି । ଆମ ରାଜ୍ୟରେ ମଧ୍ୟ ସରକାର ଏନେଇ ପଦକ୍ଷେପ ଗ୍ରହଣ ସ୍ବରୂପ ରାଜଧାନୀ ଭୁବନେଶ୍ବରରେ ସାଇକେଲ ଚଳାଇବା ପାଇଁ ସ୍ବତନ୍ତ୍ର ଟ୍ରାକ ପ୍ରସ୍ତୁତ କରିଥିଲେ । ଲୋକମାନଙ୍କ ମଧ୍ୟରେ ସାଇକେଲ ଚଳାଇବା ଆଗ୍ରହ ବୃଦ୍ଧି ପାଇଁ ମୋ ସାଇକେଲ ଯୋଜନା ଆରମ୍ଭ କରିଥିଲେ ।

କିନ୍ତୁ ସେଥିରେ ସରକାରଙ୍କ ପ୍ରତିବଦ୍ଧତା ଦେଖିବାକୁ ମିଳିଲା ନାହିଁ । ନାମକୁ ମାତ୍ର ଟ୍ରାକ ନିର୍ମାଣ କରି ସରକାର ତାଙ୍କ କାମ ସାରି ବସି ପଡିଛନ୍ତି । ତେବେ ବର୍ତ୍ତମାନର କୋରୋନା ଲକଡାଉନ ଯୋଗୁଁ ଅନେକ ଲୋକ ସାଇକେଲ ପ୍ରତି ଆଗ୍ରହ ପ୍ରକାଶ କରିଥବା ଦେଖିବାକୁ ମିଳିଛି । ଯାହାକୁ ଏକ ସୁଯୋଗ ଭାବେ ନେଇ ଭୁବନେଶ୍ବରକୁ ଭବିଷ୍ୟତରେ ଏକ ସୁସ୍ଥ, ସୁନ୍ଦର ଓ ପରିବେଶ ଉପଯୋଗୀ ସହର ଭାବେ ଗଠନ କରାଯାଇ ପାରିବ ବୋଲି ଡ.ପୀୟୂଷ ରଞ୍ଜନ ରାଉତ କହିଛନ୍ତି ।

ଲୋକମାନଙ୍କୁ ଶାରୀରିକ ଭାବେ ସୁସ୍ଥ ରଖିବା ସହ ଏକ ଆଦର୍ଶ ସହର ଗଢିବା ଓ ସାମାଜିକ ଦୂରତ୍ବ ରକ୍ଷା କରିବାରେ ସାଇକେଲ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.