ETV Bharat / city

ସାମୂହିକ ଏକତା, ଦୂର କରିବ ଏଡସ୍ ସମସ୍ୟା - ବିଶ୍ୱ ଏଡସ ଦିବସ ଉପଲକ୍ଷେ ଭୁବନେଶ୍ୱର ଏକାମ୍ର ହାଟ ଠାରୁ ଏକ ପଦଯାତ୍ରା

ଏଡସ୍ ଭଳି ମହାମାରୀକୁ ପରାଜୟ କରିବାକୁ ହେଲେ ସାମୂହିକ ଗୋଷ୍ଠୀ ହିଁ ପରିବର୍ତ୍ତନ ଓ ସଂସ୍କାର ଆଣିପାରିବେ। ସମାଜରୁ ଏଡସ୍ କୁ ଦୂର କରିବା ପାଇଁ ସଚେତନତାର ଆବଶ୍ୟକତା ରହିଛି, ରବିବାର ବିଶ୍ୱ ଏଡସ ଦିବସ ଉପଲକ୍ଷେ ଭୁବନେଶ୍ୱର ଏକାମ୍ର ହାଟ ଠାରୁ ଏକ ପଦଯାତ୍ରା ଜୟଦେବ ଭବନ ପର୍ଯ୍ୟନ୍ତ ଯାଇଥିଲା।

world AIDS day marathan
ସାମୁହିକ ଏକତା, ଦୂର କରିବ ଏଡସ୍ ସମସ୍ୟା
author img

By

Published : Dec 1, 2019, 8:17 PM IST

ଭୁବନେଶ୍ବର: ସାମୂହିକ ପ୍ରଚେଷ୍ଟା ଏଡସ୍ କୁ ରୋକିବାରେ ସହାୟକ ହେବ। ଏଡସ୍ ଭଳି ମହାମାରୀକୁ ପରାସ୍ତ କରିବାକୁ ହେଲେ ସାମୂହିକ ଗୋଷ୍ଠୀ ହିଁ ପରିବର୍ତ୍ତନ ଓ ସଂସ୍କାର ଆଣିପାରିବେ। ସମାଜରୁ ଏଡସକୁ ଦୂର କରିବା ପାଇଁ ସଚେତନତାର ଆବଶ୍ୟକତା ରହିଛି, ରବିବାର ବିଶ୍ୱ ଏଡସ ଦିବସ ଉପଲକ୍ଷେ ଭୁବନେଶ୍ୱର ଏକାମ୍ର ହାଟ ଠାରୁ ଏକ ପଦଯାତ୍ରା ଜୟଦେବ ଭବନ ପର୍ଯ୍ୟନ୍ତ ଯାଇଥିଲା। ଭୁବନେଶ୍ୱର ବିଭିନ୍ନ ସ୍କୁଲର ପ୍ରାୟ ୨୦୦୦ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ଏ ପଦଯାତ୍ରାରେ ସାମିଲ ହୋଇଥିଲେ ।

ବିଶ୍ୱ ଏଡସ୍ ଦିବସରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସଙ୍ଗଠନ, ସ୍କୁଲ ଛାତ୍ରଛାତ୍ରୀ ଏକାଠି ହୋଇ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସମାଜରେ ମିଳିତ ଭାବେ ଏଡସ୍କୁ କିଭଳି ରୋକି ହେବ ସେ ନେଇ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ଓଡିଶା ଫେଡେରାଲ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ କୈଳାଶ ଚନ୍ଦ୍ର ଦାଶ କହିଛନ୍ତି । ସମସ୍ତେ ସଚେତନତା ହେବା ଦରକାର, ରେଡ଼କ୍ରସ ପକ୍ଷରୁ ଆମେ ସାମିଲ ହୋଇଛୁ ବୋଲି ଭୁବନେଶ୍ବର କଲେଜ ଛାତ୍ରୀ ଶୁଭଶ୍ରୀ ମହାନ୍ତି କହିଛନ୍ତି।

ସାମୁହିକ ଏକତା, ଦୂର କରିବ ଏଡସ୍ ସମସ୍ୟା
ଯୁବ ବର୍ଗ ଚାହିଁଲେ ସମାଜରେ ଏଡସ ଭଳି ବ୍ୟାଧିକୁ ଜୟ କରିପାରିବେ । ରାଜ୍ୟରେ ୫୦ ହଜାର ଏଚଆଇଭି ସଂକ୍ରମିତ ବ୍ୟକ୍ତି ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫ ହଜାର ଏଡସ ସଂକ୍ରମିତ ବ୍ୟକ୍ତି ରହିଛନ୍ତି । ବିଶ୍ୱରେ ପ୍ରାୟ ୩ କୋଟି ୮୦ ଲକ୍ଷ ଏଚଆଇଭି ସଂକ୍ରମିତ ବ୍ୟକ୍ତି ରହିଛନ୍ତି । ୭୭ ପ୍ରତିଶତ ଏଡସ୍ ସଂକ୍ରମିତ ବ୍ୟକ୍ତି ୨୫ ରୁ ୪୯ ବର୍ଷ ବୟସର। ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ,ଓରସାକ୍ସ ଅଧିକାରୀ,ବୁଦ୍ଧିଜୀବୀ, ବିଭିନ୍ନ ସ୍କୁଲର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସାମୁହିକ ପ୍ରଚେଷ୍ଟା ଏଡ୍ସକୁ ରୋକିବାରେ ସହାୟକ ହେବ।ଏଡ୍ସ ଭଳି ମହାମାରିକୁ ପରାଜୟ କରିବାକୁ ହେଲେ ଗୋଷ୍ଠି ହି ପରିବର୍ତ୍ତନ ଓ ସଂସ୍କାର ଆଣିପାରିବେ।ସମାଜରୁ ଏଡ୍ସକୁ ଦୂର କରିବା ପାଇଁ ସଚେତନତା ର ଆବଶ୍ୟକତା ରହିଛି ,ରବିବାର ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଭୁବନେଶ୍ୱର ଏକାମ୍ର ହାଟ ଠାରୁ ଏକ ପଦଯାତ୍ରା ଜୟଦେବ ଭବନ ପର୍ଯ୍ୟନ୍ତ ଯାଇଥିଲା।ଭୁବନେଶ୍ୱର ବିଭିନ୍ନ ସ୍କୁଲର ପ୍ରାୟ ୨୦୦୦ ଉର୍ଧ୍ୱ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ଏ ପଦଯାତ୍ରା ରେ ସାମିଲ ହୋଇଥିଲେ।

ବିଶ୍ୱ ଏଡ୍ସ ଦିବସ ରେ ଜନସାଧାରଣ ଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ସଂଗଠନ,ସ୍କୁଲ ଛାତ୍ର ଛାତ୍ରୀ ଏକାଠି ହୋଇ ପଦଯାତ୍ରାରେ ସାମିଲ ହୋଇଛନ୍ତି।ସମାଜରେ ମିଳିତ ଭାବେ ଏଡ୍ସକୁ କିଭଳି ରୋକି ହେବ ସେ ନେଇ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ଓଡିଶା ଫେଡେରାଲ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ କୈଳାଶ ଚନ୍ଦ୍ର ଦାଶ କହିଛନ୍ତି।

ଭୁବନେଶ୍ୱର ରେ ଏଡ୍ସ ସଚେତନତା ନେଇ ଏକ ପଦଯାତ୍ରା ହୋଇଛି।ସମାଜରେ ସମସ୍ତେ ସଚେତନତା ହେବା ଦରକାର ,ରେଡ଼କ୍ରସ ପକ୍ଷରୁ ଆମେ ମାନେ ସାମିଲ ହୋଇଛୁ ବୋଲି ଭୁବନେଶ୍ବର କଲେଜ ଛାତ୍ରୀ ଶୁଭଶ୍ରୀ ମହାନ୍ତି କହିଛନ୍ତି।

ଯୁବ ବର୍ଗ ଚାହିଁଲେ ସମାଜରେ ଏଡ୍ସ ଭଳି ବ୍ୟାଧିକୁ ଜୟ କରିପାରିବେ।ସେଥିପାଇଁ ଆଜି ଶତାଧିକ ଯୁବକ ବନ୍ଧୁ ବିଶ୍ୱ ଏଡ୍ସ ଦିବସରେ ସାମିଲ ହୋଇଛନ୍ତି।ସାମୁହିକ ପ୍ରଚେଷ୍ଠା ବଳରେ ସଚେତନତା କୁ ତୀବ୍ର କରିହେବ ବୋଲି ଆରୋହଣ ଫାଉଣ୍ଡେସନର ସୁଧାଂଶୁ ଶେଖର ଦାଶ କହିଛନ୍ତି।

ରାଜ୍ୟରେ ୫୦ ହଜାର ଏଚଆଇଭି ସଂକ୍ରମିତ ବ୍ୟକ୍ତି ଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବାଧିକ ୧୫ ହଜାର ଏଡ୍ସ ସଂକ୍ରମିତ ବ୍ୟକ୍ତି ରହିଛନ୍ତି।ବିଶ୍ୱରେ ପ୍ରାୟ ୩ କୋଟି ୮୦ ଲକ୍ଷ ଏଚଆଇଭି ସଂକ୍ରମିତ ବ୍ୟକ୍ତି ରହିଛନ୍ତି।୭୭ ପ୍ରତିଶତ ଏଡ୍ସ ସଂକ୍ରମିତ ବ୍ୟକ୍ତି ୨୫ ରୁ ୪୯ ବୟସର। ଭୁବନେଶ୍ୱର ଜୟଦେବ ଭବନରେ ଏଡ୍ସ ସଚେତନତା ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ,ଓରସାକ୍ସ ଅଧିକାରୀ,ବୁଦ୍ଧିଜୀବୀ, ବିଭିନ୍ନ ସ୍କୁଲର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Body:ଏଡ୍ସ ଭଳି ମହାମାରୀକୁ ସାମୁହିକ ଉଦ୍ୟମ ବଳରେ ଏଡେଇ ଦିଆଯାଇପାରେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.