ଭୁବନେଶ୍ବର: ଆଜି ସାରା ଦେଶ ପାଳୁଛି ଶିଶୁ ଦିବସ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଉପଲକ୍ଷେ ଏହାକୁ ପାଳନ କରାଯାଇଥାଏ । ଏହି ଅବସରରେ ଆମେ ଏଭଳି କିଛି ବିସ୍ମୟ ଶିଶୁଙ୍କୁ ଦେଖାଇବୁ, ଯେଉଁମାନେ ବହୁ ଜ୍ଞାନର ଅଧିକାରୀ ।
ଏମାନେ ମନେ ରଖିଛନ୍ତି ସବୁ ରାଜ୍ୟ ରାଜଧାନୀର ନାଁ । ଖାଲି ଏତିକି ନୁହେଁ କିଏ ମୋଟା ମୋଟା ଡିକ୍ସନାରୀର କେଉଁ ପୃଷ୍ଠାରେ କଣ ଅଛି ତାହା କହି ପାରୁଛି ତ ଆଉ କିଏ ଫିଲ୍ମରେ କେଉଁ ସମୟରେ ହିରୋ ହିରୋଇନ କ'ଣ ଡାଇଲଗ କହୁଛନ୍ତି ତାହା ନିର୍ଭୁଲ ଭାବରେ କହି ଦେଉଛନ୍ତି । ଆଜ୍ଞା ହଁ ଆପଣଙ୍କୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।
ପ୍ରଶ୍ନ ପଚାରିବା କ୍ଷଣି ଉତ୍ତର ଫଟାଫଟ ପାଟିରୁ ବାହାରି ଆସୁଛି । ଅନ୍ୟ ପଟେ ଏହି କୁନି ପୁଅ ମାତ୍ର 2 ବର୍ଷ ବୟସରେ କହି ଦେଉଛି ଅନେକ ରାଜ୍ୟର ରାଜଧାନୀ, କେବଳ ଗୋଟିଏ କି ଦୁଇଟି ନୁହେଁ ଅନେକ ପିଲା ଏଭଳି ବିସ୍ମୟ କାମ ସବୁ କରି ପାକଉଛନ୍ତି । କହିବାକୁ ଗଲେ ରାଜଧାନୀର ଏମାନେ ହେଲେ ୱଣ୍ଡର କିଡ୍ସ, ଭୁବନେଶ୍ବରର ସୁପର ମାଇଣ୍ଡ ଏଜୁକେସନରେ ପାଠ ପଢ଼ନ୍ତି ଏହି ପିଲାମାନେ ।
ଏହି ଏଜୁକେସନ ସେଣ୍ଟରଙ୍କ ମୁଖ୍ୟଙ୍କ କହିବା ଅନୁସାରେ ସବୁ ପିଲାଙ୍କ ପାଖରେ ଏହିଭଳି ମନେ ରଖିବାର ଶକ୍ତି ରହିଥାଏ । କେବଳ ତାକୁ ସଠିକ ଭାବରେ ଚିହ୍ନିବା ଦରକାର ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟଙ୍କ ରିପୋର୍ଟ, ଇଟିଭି ଭାରତ