ଭୁବନେଶ୍ବର : ରାଜ୍ୟରେ ବିବାହ ବିଚ୍ଛେଦ ବୃଦ୍ଧି ପ୍ରସଙ୍ଗ । ବିଧାନସଭାରେ ରାଜ୍ୟର ବିବାହବିଚ୍ଛେଦକୁ ନେଇ ଉଦବେଗଜନକ ସ୍ଥିତି ରହିଛି। ପୁରୀ ଜିଲ୍ଲାରେ ଅଧିକ ବିବାହ ବିଚ୍ଛେଦ ହେଉଥିବା ବେଳେ ଦେଓଗଡରେ ସର୍ବନିମ୍ନ ସ୍ଥିତି ରହିଛି। ତେବେ ଏହାକୁ ନେଇ ରାଜ୍ୟ ମହିଳା କମିଶନ ମିନତୀ ବେହେରା ପ୍ରତିକ୍ରିୟା ରଖିଛନ୍ତି ।
ସମାଜରେ ଗୋଟେ ପୁରୁଷର ଯେତିକି ଅଧିକାର ରହିଛି । ଏକ ନାରୀର ସେତିକି ଅଧିକାର ରହିଛି। ସମାଜରେ କିଭଳି ଭାବରେ ନାରୀଟିଏ କାର୍ଯ୍ୟ କରିପାରିବ କମିଶନ ଏହା ଉପରେ ଏକ ଜାଗ୍ରତ ପ୍ରହରୀ ଭାବରେ ରହିଛି। ସମୟ ପରିବର୍ତ୍ତନ ହୋଇଛି। ନାରୀମାନେ ସଚେତନ ହୋଇଛନ୍ତି। ସମାଜରେ କିଭଳି ଭାବରେ ଆଗକୁ ବଢିବେ । ସମାଜରେ ନାରୀ କିଭଳି ଭାବରେ ବଞ୍ଚିବ ସେନେଇ ଚିନ୍ତା କରିବା ଆବଶ୍ୟକ ବୋଲି ମହିଳା କମିଶନର କହିଛନ୍ତି । ପରୀରେ ଅଧିକ ବିବାହ ବିଛେଦ ମାମଲା ରହିଥିବା ବେଳେ ଦ୍ବୀତିୟରେ ବାଲେଶ୍ବର ଓ ତୃତୀୟରେ କୋରାପୁଟ ରହିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ