ETV Bharat / city

ମହିଳା ବ୍ୟବସାୟ ମେଳା ୨୦୨୨ ଉଦ୍‌ଯାପିତ - ଭୁବନେଶ୍ବରରେ ମହିଳା ବ୍ୟବସାୟ ମେଳା

ଉଦଯାପିତ ହୋଇଯାଇଛି ଭାରତର ପ୍ରଥମ ମହିଳା ବ୍ୟବସାୟ ୨୦୨୨ । ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହିଳାଙ୍କ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ସରିଲା ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ୨୦୨୨

author img

By

Published : May 9, 2022, 7:56 AM IST

Updated : May 9, 2022, 2:30 PM IST

ଭୁବନେଶ୍ବର: ରାଜଧାନୀରେ ଚାଲିଥିବା ଭାରତର ପ୍ରଥମ ମହିଳା ବ୍ୟବସାୟ ୨୦୨୨ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି । ଗତକାଲି ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମେଳା ବୁଲି ଦେଖିଥିଲେ । ଏହାପରେ ମେଳାର ଅର୍ଥ ହେଉଛି ଦକ୍ଷତା, କ୍ଷମତା, ସମତା ଓ ମମତା ବୋଲି ମତ ରଖି ମହିଳାଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ । ମହିଳାମାନେ ହିଁ ବିଶ୍ୱର ସୃଷ୍ଟିକର୍ତ୍ତା ଓ ମହିଳା ସଶକ୍ତ ହେଲେ ସମାଜ ଆଗକୁ ବଢି ପାରିବ ବୋଲି କହିଥିଲେ ।

ମହିଳା ବ୍ୟବସାୟ ମେଳା ୨୦୨୨ ଉଦ୍‌ଯାପିତ

100 ମହିଳା ଉଦ୍ୟୋଗୀଙ୍କୁ ନେଇ ଆୟୋଜିତ ଏହି ମେଳାରେ ଗାଆଁ ଠାରୁ ସହର ମହିଳା ଉଦ୍ୟୋଗୀ ସାମିଲ୍ ହୋଇଥିଲୋ ଓ ନିଜର ବ୍ୟବସାୟକୁ ସାମସ୍ତଙ୍କ ସାମ୍ନାରେ ରଖିଥିଲେ । ମେଳାରେ ୩୪ଟି ଖାଦ୍ୟ ଷ୍ଟଲ୍‌ ସହ ପିଲାଙ୍କ ପାଇଁ ଗେମ୍‌ ଏବଂ ସେଲ୍ଫି ଜୋନ୍ ରଖାଯାଇଥିଲା । ମେଳାର ସନ୍ଧ୍ୟା ସମୟରେ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିସହିତ ପ୍ରତିଦିନ ବ୍ୟବସାୟ ଭିତ୍ତିକ ଅଧିବେଶନ ଆୟୋଜିତ ହୋଇଥିଲା ।

ଆଗାମୀ ବର୍ଷରେ ଏହି ଭଳି ମେଳା ଆୟୋଜନ କରାଯିବ ବୋଲି ପରିଷଦର ଆବାହକ କହିଛନ୍ତି । ଏଥିସହ ଅନେକ ମିଶନ ଶକ୍ତି ମହିଳା ମାନେ ଯୋଗ ଦେଇ ଗାଆଁର ସାମଗ୍ରୀ ବିକ୍ରି କରି ଭଲ ଦୁଇ ପଇସା ଲାଭବାନ ହୋଇପାରିଛନ୍ତି । ତେବେ ଆଗାମୀ ଦିନରେ ଶହେ ନୁହେଁ ୫ ଶହ ମହିଳା ଉଦ୍ୟୋଗୀଙ୍କୁ ଯୋଡ଼ିବାର ଲକ୍ଷ ରଖିଛି IWEC ର ମୁଖ୍ୟ ଉଦ୍ୟୋକ୍ତା କହିଛନ୍ତି । ଇଣ୍ଡିଆନ ଚାମ୍ବର ଅଫ କମର୍ସର ମହିଳା ଉଦ୍ୟୋଗ ପରିଷଦ ଦ୍ବାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ୫ ଦିନ ଧାରୀ ଚାଲିଥିବା ବେଳେ ଅନେକଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ନିଜର ସଫଳତା ପାଇଁ ସମ୍ମାନିତ ହୋଇ ଆଗକୁ ବଢିବାର ପ୍ରେରଣା ମଧ୍ୟ ପାଇଛନ୍ତି । ମହିଳା ବ୍ୟବସାୟ ମେଳାର ଉଦଯାପନୀ ଉତ୍ସବରେ ରାଜଧାନବାସୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ‌

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 9, 2022, 2:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.