ETV Bharat / city

ଆଜିଠୁ ମହିଳା ବିଜନେସ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - ମହିଳା ବିଜନେସ ମେଳା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେବ ମହିଳା ବିଜ୍‌ନେସ୍‌ ମେଳା । ୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଆଜିଠୁ ମହିଳା ବିଜନେସ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

author img

By

Published : May 4, 2022, 9:32 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ମହିଳା ବିଜ୍‌ନେସ୍‌ ମେଳା । ୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆନ ଚାମ୍ବର ଅଫ କମର୍ସ(ICC) ମହିଳା ଉଦ୍ୟୋଗ ପରିଷଦ(IWEC) ଓଡ଼ିଶା ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି । ଆଜିଠୁ ଆରମ୍ଭ ହୋଇ ଏହି ମେଳା ମେ ୮ ତାରିଖ ଯାଏଁ ଚାଲିବ ।

ରାଜ୍ୟର ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଏବଂ ଏହି କ୍ଷେତ୍ରକୁ ଆସିବାକୁ ଚାହୁଁଥିବା ମହିଳାଙ୍କୁ ଦିଗଦର୍ଶନ ଦେବାକୁ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସାରା ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ସ୍ୱତନ୍ତ୍ର ମେଳା ଆୟୋଜନ କରାଯାଉଛି । ଏଠାରେ ୧୦୦ରୁ ଅଧିକ ମହିଳା ସେମାନଙ୍କ ଷ୍ଟଲ୍‌ ସ୍ଥାପନ କରିବେ ।

ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତ, ଅଭିନେତା ଅର୍ଜୁନ ରାମପାଲ, ବଲିଉଡ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ, ମୋଟିଭେସନାଲ ସ୍ପିକର ଗୌରାଙ୍ଗ ଦାସ ପ୍ରଭୁଙ୍କ ସମେତ 40 ଅଧିକ ଅତିଥି କାର୍ଯ୍ୟକ୍ରମରେ ଯୋଗ ଦେବେ । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଏହି ମେଳର ଉଦଯାପନି ଉତ୍ସବରେ ଯୋଗ ଦେବେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.