ETV Bharat / city

ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ଯକୁ ବିରୋଧ, ଯାତ୍ରା ପେଣ୍ଡାଲ ଆଗରେ ନାରୀନେତ୍ରୀଙ୍କ ଧମକ - ବିବାଦରେ ଖଣ୍ଡଗିରିର ଯାତ୍ରା

ପୁଣି ବିବାଦରେ ଖଣ୍ଡଗିରିର ଯାତ୍ରା ପେଣ୍ଡାଲ । ଯାତ୍ରା କଳାକାର ଲଭଲୀଙ୍କ ଅଶ୍ଲୀଳ ନୃତ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ । ଅଧିକ ପଢନ୍ତୁ...

Women social worker opposed Khandagiri jatra bold dance
ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ଯକୁ ବିରୋଧ
author img

By

Published : Feb 8, 2020, 9:39 PM IST

ଭୁବନେଶ୍ବର: ପୁଣି ବିବାଦରେ ଖଣ୍ଡଗିରିର ଯାତ୍ରା ପେଣ୍ଡାଲ । ରାଣୀ ପଣ୍ଡାଙ୍କ ପରେ ଏବେ ଲଭଲୀଙ୍କ ଅଶ୍ଲୀଳ ନୃତ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ । ଶୁକ୍ରବାର ଏନେଇ କଳିଙ୍ଗ ସେନା ପକ୍ଷରୁ ଖଣ୍ଡଗିରି ଥାନାରେ ମାମଲା ଦାଏର ପରେ ଶନିବାର ରାଜରାସ୍ତାକୁ ଓହ୍ଲାଇଛି ନାରୀ ସଚେତନତା ମଞ୍ଚ ।

ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ଯକୁ ବିରୋଧ

ଯାତ୍ରା ପେଣ୍ଡାଲ ସମ୍ମୁଖରେ ନାରୀ ସୁରକ୍ଷା ମଞ୍ଚ ପକ୍ଷରୁ ହାଲ୍ଲାବୋଲ କରାଯାଇଥିବା ବେଳେ କୌଣସି ପରିସ୍ଥିତିରେ ଅଶ୍ଲୀଳତାକୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ନାରା ଦିଆଯାଇଛି । ଏପରିକି ଯାତ୍ରା ପେଣ୍ଡାଲରେ ଏଭଳି ଅଶ୍ଲୀଳ ନୃତ୍ୟ ପରିବେଷଣ କରାଗଲେ ନାରୀ ମଞ୍ଚ ରାଜରାସ୍ତାକୁ ଓହ୍ଲାଇବା ସହ ଆଇନକୁ ହାତକୁ ନେବାକୁ ଯାତ୍ରା ମାଲିକଙ୍କୁ ଧମକ ଦେଇଛନ୍ତି ।

ତେବେ ରାଣୀ ପଣ୍ଡାଙ୍କୁ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଥିବା କଡା ପ୍ରଦର୍ଶନ ପରେ ପୁଣି ଥରେ କଳିଙ୍ଗ ଗଣନାଟ୍ୟରେ ଲଭଲୀ କିଭଳି ବୋଲଡ ପରଫରମାନ୍ସ ଦେଲେ ଏବଂ ପ୍ରଶାସନ ଏହାକୁ ପ୍ରଶ୍ରୟ ଦେଇ କିପରି ଚୁପ୍‌ ବସିଛି ତାହା ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଖଣ୍ଡଗିରିରେ ଅଶ୍ଳିଳ ନୃତ୍ଯକୁ ତିବ୍ରବିରୋଧ
ଯାତ୍ରା ପେଣ୍ଡାଲରେ ନାରୀନେତ୍ରୀଙ୍କ ଧମକBody:

ଘନଉଛି ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳ ନୃତ୍ଯର ବିବାଦ।କଳିଙ୍ଗଗଣନାଟ୍ଯର କଳାକାର ଲଭଲିଙ୍କ ବୋଲଡ ପ୍ରଦର୍ଶନ ନେଇ ତୁମ୍ବିତୋଫାନ।ପ୍ରଥମେ କଳିଙ୍ଗ ସେନା ପରେ ଏବେ ନାରି ସଚେତନା ମଂଚର ଖଣ୍ଡଗିରି ଥାନାରେ ଅଭିଯୋଗ।ଏନେଇ ଯାତ୍ରା ପେଣ୍ଡାଲ ସାମ୍ନାରେ ହାଲା ବୋଲ।କୌଣସି ପରିସ୍ଥିତିରେ ଅଶ୍ଳିଳତାକୁ ପ୍ରଶୟ ଦିଆଯିବନାହିଁ ନାରା ଦେଇ ଯାତ୍ରା ମାଲିକଙ୍କୁ ଦେଇଛନ୍ତି ଧମକ।ଏପରିକି ଅଶ୍ଳିଳ ନୃତ୍ଯ ପରିବେଶଣ ହେଲେ ରାଜରାସ୍ତାକୁ ଓହ୍ଲାଇବା ସହ ଆଇନକୁ ହାତ ନେବାକୁ ଦେଇଛନ୍ତି ନାରିନନେତ୍ରୀ ଧମକ।
ସେପଟେ ନାରି ନେତ୍ରୀଙ୍କ କଡା ତାଗିଦ ପରେ ଯାତ୍ରା କମିଟି ନେଇଛନ୍ତି ଚରମ ପଦକ୍ଷେପ।କୌଣସି ଅଶ୍ଳିଳ ନୃତ୍ଯ ପରିବେଶଣ ହେବ ନାହିଁ ବୋଲି କହିଛନ୍ତି ଯାତ୍ରା କମିଟିର ସଦସ୍ଯ।
ତେବେ ପ୍ରଶ୍ନ ଉଠୁଛି କଟକଣା ସତ୍ବେ କିପରି କଳିଙ୍ଗ ଗଣନାଟ୍ଯର କଳାକାର ଲଭଲି ବୋଲଡ ପର୍ଫମାନସ ଦେଲେ ମଧ୍ଯ ଏସବୁ ଜାଣି ଚୁପ ରହିଲା କିପରି ପ୍ରଶାସConclusion:ବାଇଟ-ମଧୁମିତା ରଥ,ନାରୀ ନେତ୍ରୀ ,ନାରି ସଚେତନତା ମଂଚ
ବାଇଟ-ଗୁଗୁଲି ,ଖଣ୍ଡଗିରି ଯାତ୍ରା କମିଟି ସଦସ୍ଯ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.