ETV Bharat / city

ଗାଡି ଚେକିଂ ବେଳେ ତାତିଲେ ମହିଳା

author img

By

Published : Mar 1, 2020, 1:37 PM IST

Updated : Mar 1, 2020, 2:43 PM IST

ଗାଡି ଚେକିଂ ବେଳେ ତାତିଲେ ମହିଳା । ଭୁବନେଶ୍ବର ରାଜମହଲରେ ଜଣେ ମହିଳା ରଙ୍ଗ ରୁଟରେ ଯାଉଥିବାବେଳେ ଧରିଲା ଟ୍ରାଫିକ ପୋଲିସ । ଅଧିକ ପଢନ୍ତୁ...

traffic checking
ଗାଡି ଚେକିଂ ବେଳେ ରାଜମହଲ ଛକରେ ତାତିଲେ ମହିଳା

ଭୁବନେଶ୍ବର: ଆଜି ଠାରୁ ପୁଣିଥରେ ଆରମ୍ଭ ହୋଇଛି ଚେକିଂ। 6 ମାସର ମହଲତ ପରେ ପୁଣି କଡାକଡି ହୋଇଛି ଟ୍ରାଫିକ ନିୟମ । ବିଭିନ୍ନ ସ୍ଥାନରେ ଚାଲିଛି ଚେକିଂ ଚାଲୁଥିବାବେଳେ ଭୁବନେଶ୍ବର ରାଜମହଲ ଛକରେ ଦେଖାଦେଇଛି ଉତ୍ତେଜନା। ଜଣେ ମହିଳା ଚାଳକ ରଙ୍ଗ ରୁଟରେ ଗାଡି ଚଳାଉ ଥିବାବେଳେ ଗାଡିକୁ ଜବତ କରିଛି ଟ୍ରାଫିକ ପୋଲିସ ।

ଗାଡି ଚେକିଂ ବେଳେ ତାତିଲେ ମହିଳା

ସେପଟେ, ମହିଳା ଜଣକ ହଠାତ ରାଗିଯାଇ କହିଥିଲେ, "ମୋର ଭୁଲ ହୋଇଛି । ଆଉ ଏଥିପାଇଁ ଯାହା ଫାଇନ ହୋଇଛି ଦେବାକୁ ପ୍ରସ୍ତୁତ । କିନ୍ତୁ ଟ୍ରାଫିକ ରଙ୍ଗ ରୁଟରେ ଆସୁଥିବା ଗାଡି ଚାଳକଙ୍କ ପାଇଁ ଫାଇନ ନାହିଁ" । ସେମାନଙ୍କ ଗାଡିକୁ ଜବତ କରିବା ସହ କୋର୍ଟରେ କାଗଜ ପତ୍ର ଦେଖାଇବାକୁ ପଡିବ । ଯାହାକୁ ନେଇ ମହିଳା ଜଣକ ରାଗିଯାଇ ଉତ୍ତେଜିତ ହୋଇ ହୋହାଲ୍ଲା କରିଥିଲେ ।

ମହିଳା ଜଣଙ୍କ କହିବା ଅନୁଯାୟୀ, ଛକରେ କୌଣସି ସାଇନ ବୋର୍ଡ ନାହିଁ କି ମହିଳା ଟ୍ରାଫିକ ପୋଲିସ ନାହାଁନ୍ତି। ତେଣୁ ନିଯମ ଅନୁଯାୟୀ ମୁଁ ଟଙ୍କା ଦେବାକୁ ରାଜି । କିନ୍ତୁ ଗାଡି ଥାନାକୁ ଯିବାର କୌଣସି ପ୍ରଶ୍ନ ନାହିଁ ବୋଲି କହିଛନ୍ତି ଉକ୍ତ ମହିଳା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 1, 2020, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.