ETV Bharat / city

ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ଆକ୍ରମଣ ଘଟଣା, CCTV ଯାଞ୍ଚ କଲା ପୋଲିସ

author img

By

Published : Jan 6, 2022, 8:08 PM IST

ରାଜଧାନୀ ଭୁବନେଶ୍ବରର ସହିଦନଗରରେ ଲୁଟ ପାଇଁ ମହିଳାଙ୍କୁ ଆକ୍ରମଣ ଘଟଣା । ପୋଲିସ ମହିଳାଙ୍କ ଘରେ ପହଞ୍ଚି ସିସିଟିଭି ଯାଞ୍ଚ କରିଛି । ଅଧିକ ପଢନ୍ତୁ

ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ଆକ୍ରମଣ ଘଟଣା, CCTV ଯାଞ୍ଚ କଲା ପୋଲିସ
ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ଆକ୍ରମଣ ଘଟଣା, CCTV ଯାଞ୍ଚ କଲା ପୋଲିସ

ଭୁବନେଶ୍ବର: ସହିଦନଗର ଥାନା ଜଗନ୍ନାଥ ନଗରରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ପୋଲିସ ମହିଳାଙ୍କ ଘରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ମହିଳାଙ୍କ ଘର ନିକଟ ସିସିଟିଭି ଯାଞ୍ଚ କରି ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଛି ପୋଲିସ ।

ଜଗନ୍ନାଥ ନଗର ଲେନ ୪ରେ ପ୍ଲଟ ନମ୍ବର ୨୨୩/୧୫୨୩ରେ ଦ୍ବିତୀୟ ମହଲାରେ ପଶି ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଗୀତାଞ୍ଜଳି ପାଲଟାସି ନାମକ ମହିଳାଙ୍କୁ ଆକ୍ରମଣ କରାଯାଇଥିଲା । ଆଉ ଆଜି(ଗୁରୁବାର) ସେହି ସ୍ଥାନରେ ପହଞ୍ଚି ପୋଲିସ ସ୍ଥାନୀୟ ଲୋକଙ୍କୁ ପଚାରା ଉଚୁରା କରିବା ସହ CCTV ଯାଞ୍ଚ କରିଛି ।

ଏହା ବି ପଢନ୍ତୁ: ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ହାଣିଲେ, ଘରେ ପଶି ନେଇଗଲେ ଗହଣା ଓ ମୋବାଇଲ

ମହିଳାଙ୍କ ଘରକୁ ସଂଯୁକ୍ତ କରୁଥିବା ସମସ୍ତ ରାସ୍ତା ପାଖ ଘରକୁ ଘର ବୁଲି କଥା ହେବା ସହ CCTV ଯାଞ୍ଚ କରିଛି ସହିଦନଗର ପୋଲିସ । ଅଧିକ ତଥ୍ୟ ପାଇଁ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ପୋଲିସ ତଦନ୍ତ ଚଳାଇଛି । ସେପଟେ ମହିଳାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.