ETV Bharat / city

ପଶ୍ଚିମ ଓଡିଶା ବିକାଶ ପରିଷଦର ୫୯ତମ ବୈଠକ, 11 ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା

author img

By

Published : May 7, 2022, 7:43 AM IST

ପଶ୍ଚିମ ଓଡିଶା ବିକାଶ ପରିଷଦ(Western Odisha Development Council )ର ୫୯ତମ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

ପଶ୍ଚିମ ଓଡିଶା ବିକାଶ ପରିଷଦର ୫୯ତମ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ପଶ୍ଚିମ ଓଡିଶା ବିକାଶ ପରିଷଦ(Western Odisha Development Council )ର ୫୯ତମ ବୈଠକ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ସାଂସଦ, ବିଧାୟକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ସଭ୍ୟ , ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳର ଆରଡିସି ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶାର ୧୧ ଗୋଟି ଜିଲ୍ଲାରେ ନିଆଯାଇଥିବା ପ୍ରକଳ୍ପର ସମୀକ୍ଷା କରାଯାଇଛି ।

ପରିଷଦ ଏହାର କାର୍ଯ୍ୟ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରୁଥିବାରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟମାନେ ପ୍ରଶଂସା କରିଛନ୍ତି । ପରିଷଦ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ପ୍ରସ୍ତୁତ ମାର୍ଗଦର୍ଶିକା ଏବଂ ପ୍ରତିସ୍ଥାପନ ପ୍ରସ୍ତାବ ପାଇଁ ପ୍ରସ୍ତୁତ ଏସଓପିକୁ ପ୍ରଶଂସା କରାଯାଇଛି । ଯାହାଫଳରେ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକ ଦ୍ବାରା ସମାନ ଢଙ୍ଗରେ କାର୍ଯ୍ୟର କାର୍ଯ୍ୟକାରିତାରେ ଏକ ପରିବର୍ତ୍ତନ ଆସିଛି ।

ପ୍ରଶାସନିକ ଅନୁମୋଦନ, ଆର୍ଥିକ ମଞ୍ଜୁରୀ ଏବଂ ସମୟାନୁସାରେ ପାଣ୍ଠି ଛାଡ଼ିବା ଦ୍ଵାରା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥିତ ହୋଇଛି । ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ ତଥା ମୁଖ୍ୟ ସହର ଗୁଡିକରେ ଆଧୁନିକ ଅଡିଟୋରିୟମ ପରି ବଡ ଏବଂ ଆଇକନିକ୍ ପ୍ରକଳ୍ପ ପ୍ରତିଷ୍ଠା ହେବ । ଏଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିବା ହେତୁ ଡବ୍ଲୁଓଡିସିର ପ୍ରୟାସକୁ ପରିଷଦ ପ୍ରଶଂସା କରିଛି । ଜଟିଳ ପ୍ରକଳ୍ପ ଗୁଡିକୁ ପ୍ରାୟୋଜିତ କରିବାକୁ ଜିଲ୍ଲା ପ୍ରଶାସନକୁ ଉତ୍ସାହିତ କରାଯାଇଛି ।

ଯାହାକି କୌଣସି ରାଜ୍ୟ କିମ୍ବା କେନ୍ଦ୍ରୀୟ ଯୋଜନା ଅଧିନରେ ଆସୁନାହିଁ । ଡବ୍ଲୁଓଡିସି ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରାୟୋଜିତ ଅଣ ପାରମ୍ପରିକ ପ୍ରକଳ୍ପ ଗୁଡିକୁ ପ୍ରାୟୋଜିତ କରିବାରେ ସଫଳ ହୋଇଛି । ଶୀଘ୍ର ନିଷ୍ପତ୍ତି ନେବାକୁ ତଥା ସ୍ବଚ୍ଛତା ହାସଲ କରିବାକୁ ନଥି ଗୁଡିକର ପ୍ରକ୍ରିୟାକରଣ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ (ଓସଓ୍ୱାସ) କାର୍ଯ୍ୟକାରୀ କରାଯାଇଛି ।

ପରିଷଦ ଅଞ୍ଚଳରେ କାର୍ଯ୍ୟରତ ସମ୍ପୃକ୍ତ ୧୧ ଜଣ ଉପନିର୍ଦ୍ଦେଶକ, ପଶ୍ଚିମ ଓଡିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ ଗୁଡକର ଭାରପ୍ରାପ୍ତ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଜିଲ୍ଲା କାର୍ଯ୍ୟାଳୟଗୁଡିକରେ ଜଣେ ଡାଟା ଏଣ୍ଟ୍ରି ଅପରେଟର ଓ ମେସେଞ୍ଜର ତଥା ଆଟେଣ୍ଡାଣ୍ଟଙ୍କ ଯୋଗଦାନ, ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଆବଶ୍ୟକ ଭିତ୍ତିଭୂମି ସହାୟତା ଯୋଗୁଁ ଅଧିକ ସୁଦୃଢ ହୋଇଛି ।

ଯାହା କ୍ଷେତ୍ରରେ ପ୍ରକଳ୍ପର କାର୍ଯ୍ୟକାରିତା ମୂଲ୍ୟାଙ୍କନ ଏବଂ ତଦାରଖରେ ଉନ୍ନତି ଆଣିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରୋଜେକ୍ଟ ମନିଟରିଂ ୟୁନିଟ (ପିଏମୟୁ) ବୃତ୍ତିଗତ ଆଭିମୁଖ୍ୟ ସହିତ କାର୍ଯ୍ୟରତ । ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ, ପ୍ରୋଜେକ୍ଟ ମନିଟରିଂ ୟୁନିଟର ବୈଷୟିକ ପରାମର୍ଶଦାତା ଭାବରେ ନିୟୋଜିତ ହୋଇଛନ୍ତି । ଆବଶ୍ୟକ ପ୍ରକଳ୍ପଗୁଡିକ ପାଇଁ ସଠିକ ସଡ଼କ ସଂଯୋଗ, ରକ୍ଷଣାବେକ୍ଷଣ, ସ୍ଥାୟିତ୍ବ, ମାଲିକାନା ଇତ୍ୟାଦି ସହିତ ମକଦ୍ଦମାମୁକ୍ତ ଜମିରେ କାର୍ଯ୍ୟାନ୍ବୟନ ନିମନ୍ତେ ପ୍ରକଳ୍ପ ଗୁଡିକର ଅନୁମୋଦନ ପାଇଁ ଗୁରୁତ୍ଵ ଦିଆଯାଉଛି ।

ପ୍ରତ୍ୟେକ ଜିଲ୍ଲା କ୍ଷେତ୍ରର ଇକୋ ସୁଯୋଗ ଏବଂ ଅଭିବୃଦ୍ଧି ସମ୍ଭାବନା ଅଧ୍ୟୟନ କରାଯାଇଛି । ହସ୍ତତନ୍ତ, ବୁଣାକାର, ଡିଜାଇନ୍, ପ୍ୟାକେଜିଂ ଏବଂ ମାର୍କେଟିଂକୁ ମଜବୁତ କରିବା ପାଇଁ ମିଳିତ ପ୍ରୟାସ ଚାଲିଛି । ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଅଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.