ଭୁବନେଶ୍ବର: ବସ୍ତିରେ ବଡ ଧରଣର ଚଢାଉ । ଅପରାଧିଙ୍କ ଦେଶୀ ଭାଟି ଉପରେ ଅବକାରୀ ଟିମର ଘନ ଘନ ରେଡ। ଭୁବନେଶ୍ୱର ଅବକାରୀ ଟିମ ସହ ମୋବାଇଲ ସ୍ବାର୍ଡର ମିଳିତ ଭାବେ ଚଢାଉ କରାଯାଇଛି । ୧୦ଟି ସ୍ଥାନରେ ଏକ କାଳୀନ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ପାଖାପାଖି ୧୦୦୦ଲିଟର ଦେଶୀ ମଦ ସହ ୮ହଜାର ଲିଟର ପୋଚ ବା ଦେଶୀ ମଦ ନଷ୍ଟ କରିଛନ୍ତି ଅବକାରୀ ଟିମ ଅଧିକାରୀ।
ଖୋର୍ଦ୍ଧା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମଦକୁ ଢାଳି ନଷ୍ଟ କରିଛନ୍ତି । ଫଳରେ ସାଲିଆସାହିରେ ମଦର ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଅନେକ ମଦ ଭାଟି ମଦରେ ବୁଡି ଯାଇଛି । ଏପରିକି ମଦ ରଖାଯାଇଥିବା ଜାର ବା ଡ୍ରମକୁ ମଧ୍ଯ ସିଜ କରାଯାଇଛି । ପାଖାପାଖି ୧୦ଟି ମାମଲାରେ ୧୦ରୁ ୧୨ ଜଣକୁ ଗିରଫ କରିଛି ଅବକାରି ଟିମ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ