ଭୁବନେଶ୍ବର: ବର୍ତ୍ତମାନ ପାରାଦୀପଠାରୁ ୩୬୦ କିମି ଦକ୍ଷିଣରେ ରହିଛି । ପବନର ବେଗ ବର୍ତ୍ତମାନ 120ରୁ 130 କିମି ଘଣ୍ଟା ପ୍ରତି ରହିଛି । 20 ତାରିଖ ମଧ୍ୟାହ୍ନରେ ଦୀଘା ଓ ବାଂଲାଦେଶ ହାତିଆ ଦୀପ ମଧ୍ୟରେ ସୁନ୍ଦରବନ ନିକଟରେ ଅତିକ୍ରମ କରିବ । ଘଣ୍ଟା ପ୍ରତି 160 ରୁ 165 କିମି ବେଗରେ ପବନ ବହିବ । ମଙ୍ଗଳବାର ରାତିରୁ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୫ ରୁ ୫୫ କିମି ରହିବ । ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ