ETV Bharat / city

ଚିନ୍ତା ବଢାଇଲେଣି ଅପରାଧୀ, ରୋକିବାକୁ ଅପରେସନ ଷ୍ଟ୍ରିଟ କ୍ରାଇମ୍

author img

By

Published : Nov 30, 2020, 8:06 PM IST

ରାଜଧାନୀରେ ଲୋକଙ୍କ ଚିନ୍ତା ବଢାଇଲାଣି କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଅପରାଧୀଙ୍କ ସଂଖ୍ୟା । ପ୍ରତିଦିନ ଆସୁଛି ଲୁଟ, ଛନତାଇ ,ରାହାଜାନୀ ଭଳି ଅସଂଖ୍ୟ ଘଟଣା । ଯାହାକୁ ରୋକିବାକୁ କମିସନରେଟ ପୋଲିସ ଆରମ୍ଭ କରିଛି ଅପରେସନ ଷ୍ଟ୍ରିଟ କ୍ରାଇମ୍ । ଅଧିକ ପଢନ୍ତୁ...

Will Operation street crime stop the Snaching and loot in bbsr
ଚିନ୍ତା ବଢାଇଲେଣି ଅପରାଧୀ, ରୋକିବାକୁ ଅପରେସନ ଷ୍ଟ୍ରିଟ କ୍ରାଇମ୍

ଭୁବନେଶ୍ବର: ବରମୁଣ୍ଡା ବ୍ରିଜ ଉପରୁ ଗନ ପଏଣ୍ଟରେ ଲୁଟ । ବାଲିଅନ୍ତାରୁ ଫାଇନାନ୍ସ କର୍ମଚାରୀଙ୍କଠୁ କ୍ୟାସ ଲୁଟ । ସୁନା ଚେନ,ମୋବାଇଲଫୋନ,ମନିପର୍ସ ଝାମ୍ପିବା ସ୍ମାର୍ଟସିଟିରେ ଏସବୁ ଏବେ ଦେହସୁଆ ହେଲାଣି । କାରଣ କ୍ଷଣୀକ ମଧ୍ୟରେ ଏପରି କରୁଛନ୍ତି ଅପରାଧୀ । ଯାହାକୁ ନେଇ ଟେନସନରେ କମିସନରେଟ ପୋଲିସ ।

ରାଜଧାନୀ ଭୁବନେଶ୍ବରରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଅପରାଧୀଙ୍କ ସଂଖ୍ୟା । ରେକର୍ଡ କହୁଛି ପ୍ରତି ମାସରେ ୧୦୦ରୁ ୧୨୦ଟି ଅପରାଧ ଘଟଣା ସାମନାକୁ ଆସୁଛି। ଗତ ଅଗଷ୍ଟ ମାସରେ ୧୩୧ଟି ରିପୋର୍ଟ ରହିଛି । ସେହିପରି ସେପ୍ଟେମ୍ବରରେ ୧୧୪ଟି କେସ ଓ ଅକ୍ଟୋବରରରେ ତାହା ୧୧୩ ଲୁଟ ଓ ଛିନତାଇ ଭଳି ଘଟଣା ଘଟିଛି । ସହରର ଉପକଣ୍ଠରେ ପ୍ରତିଦିନ ଏଭଳି ଘଟଣା ଘଟୁଛି ଏବଂ ଅପରାଧୀ ମାନେ ଅନେକ ଛୁ ମାରୁଛନ୍ତି । ହାତ ଗଣତି କେତୋଟି ସୁରାକ ମିଳୁଛି କିନ୍ତୁ ଅନ୍ୟ ମାମଲାର କୌଣସି ସୁରାକ ପୋଲିସକୁ ମିଳୁନାହିଁ ।

ଏସବୁ ଭିତରେ କମିସନରେଟ ପୋଲିସ ଅପରାଧୀଙ୍କୁ ମାତ ଦେବାକୁ ଆରମ୍ଭ ହୋଇଛି ଅପରେସନ ଷ୍ଟ୍ରିଟ କ୍ରାଇମ । ସହରର ଗଳି କନ୍ଦିର ଛିନତାଇ ନେଇ ଆପଣାଇଛନ୍ତି ନୁଆ କୌଶଳ । ଅପରାଧ ରୋକିବାକୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ସିସିଟିଭି ମାଧ୍ୟମରେ ସ୍ବତନ୍ତ୍ର ନଜର ରଖିବା ପାଇଁ ବ୍ୟବସ୍ଥା କରିଛି । ଅପରାଧୀଙ୍କୁ ଚିହ୍ନିବାକୁ ଗାଡି ନମ୍ବର ରିଡର ମେସିନ ଖଞ୍ଜାଯାଇଛି । କଣ୍ଟ୍ରୋଲ ରୁମକୁ ଖବର ମିଳିଲେ ତୁରନ୍ତ ଫୋକସ କରି ପିସିଆର ପଠାଯାଉଛି । ଉପକଣ୍ଠ ଗୁଡିକରେ ଅପରାଧି ଗତିବିଧି ନେଇ ସ୍ପେଶାଲ ଇଣ୍ଟଲିଜେନସର ଯୋଗାଯୋଗ କରାଯାଉଛି । ଥାନାରେ ଅଭିଯୋଗ ଭିତ୍ତିକରି ସ୍ବତନ୍ତ୍ର ଟିମ ତଦନ୍ତ କରୁଛନ୍ତି ।

ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି ଯାହା ସ୍ମାର୍ଟ ସିଟିରେ ଅପରାଧୀଙ୍କ ଆତଙ୍କ ସହରବାସୀଙ୍କୁ ବ୍ୟଥିତ କରୁଛି । ଏସବୁ ଭିତରେ ମାତ ଦେବାକୁ ପୋଲିସର ନୂଆ ଷ୍ଟ୍ରାଟେଜି କେତେଦୁର ସୁଧାର ଆଣିବାରେ ସାହାର୍ଯ୍ୟ କରୁଛି ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.