ETV Bharat / city

ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସରେ କମ୍ପନ, ପିସିସି ସଭାପତି କହିଲେ ପଡିବନି ପ୍ରଭାବ

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଗୁଲାମ ନବୀ ଆଜାଦ ଆଜି କଂଗ୍ରେସ ଛାଡିଛନ୍ତି । କଂଗ୍ରେସର ମଙ୍ଗ କିଏ ଧରିବ ତାକୁ ନେଇ ନେତାଙ୍କ ମଧ୍ୟରେ ବିଚାର ବିମର୍ଶ ଚାଲିଥିବା ବେଳେ ଗୁଲାମଙ୍କ ଏପରି ଦଳ ଛାଡିବା ଅନେକ ପ୍ରଶ୍ନଚିହ୍ନ ଛିଡା କରିଛି । ଗୁଲାମ ନବୀ ଆଜାଦ କହିଛନ୍ତି ସାଂଗଠିକ ନିର୍ବାଚନ ଏକ ଫାର୍ସ ଥିଲା । ଅଧିକ ପଢନ୍ତୁ

author img

By

Published : Aug 26, 2022, 11:09 PM IST

Etv Bharat
Etv Bharat

ନୂଆଦିଲ୍ଲୀ/ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଗୁଲାମ ନବୀ ଆଜାଦ ଆଜି କଂଗ୍ରେସ ଛାଡିଛନ୍ତି । କଂଗ୍ରେସର ମଙ୍ଗ କିଏ ଧରିବ ତାକୁ ନେଇ ନେତାଙ୍କ ମଧ୍ୟରେ ବିଚାର ବିମର୍ଶ ଚାଲିଥିବା ବେଳେ ଗୁଲାମଙ୍କ ଏପରି ଦଳ ଛାଡିବା ଅନେକ ପ୍ରଶ୍ନଚିହ୍ନ ଛିଡା କରିଛି । ଗୁଲାମ ନବୀ ଆଜାଦ କହିଛନ୍ତି ସାଂଗଠିକ ନିର୍ବାଚନ ଏକ ଫାର୍ସ ଥିଲା । ହାତଗଣତି କିଛି ନେତାଙ୍କ ଇଙ୍ଗିତରେ ଦଳ ପରିଚାଳନା ହେଉଛି ।

ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସରେ କମ୍ପନ, ପିସିସି ସଭାପତି କହିଲେ ପଡିବନି ପ୍ରଭାବ

ଅନ୍ୟପଟେ ଗୁଲାମଙ୍କ ଏପରି ମନ୍ତବ୍ୟ ପରେ ସାରା ଦେଶରେ କଂଗ୍ରେସ ଶିବିରରେ ପ୍ରକତିକ୍ରିୟା ଦେଖିବାକୁ ମିଳିଛି । ବିଶେଷ କରି ରାଜ୍ୟ କଂଗ୍ରେସ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରିନାହିଁ । ପିସିସି ସଭାପତି କହିଛନ୍ତି ଜଣେ ନେତାଙ୍କୁ ମନ୍ତ୍ରୀ କରାଗଲା, ଛାତ୍ର ରାଜନୀତିରୁ ଆଣି ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକାରେ ରଖାଗଲା । ଏପରିକି ରାଜ୍ୟସଭା ମଧ୍ୟ ପଠାଗଲା । ତେଣୁ ଏପରି ଦଳ ଛାଡିବା ଉଚିତ ନୁହେଁ ।

ଅନ୍ୟପଟେ ଗୁଲାମ ଉଠାଇଥିବା ସଂଗଠନ ପ୍ରସଙ୍ଗରେ ଶରତ କହିଚନ୍ତି ସାରା ଦେଶରେ ସାଂଗଠନିକ ପ୍ରକ୍ରିୟା ଠିକ ଚାଲିଛି । ସେଥିରେ କୌଣସି ଅସୁବିଧା ନାହିଁ । ଓଡିଶାରେ ମଧ୍ୟ 2024କୁ ଦୃଷ୍ଟିରେ ରଖି ସଂଗଠନକୁ ସଜାଡିବା ପ୍ରକ୍ରିୟା ଜାରି ରହିଛି । ତେବେ ଜଣେ ଗାନ୍ଧି ପରିବାରର ଲୋକ ନା ଅଣଗାନ୍ଧି ପରିବାରର ଲୋକ କଂଗ୍ରେସର ନେତୃତ୍ବ ନେବ ବୋଲି ପ୍ରଶ୍ନରେ ପିସିସି କହିଛନ୍ତି ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ହିଁ କଂଗ୍ରେସ ଆଗକୁ ବଢିବ । ଅଣ ଗାନ୍ଧି ନେତୃତ୍ବ କଥା ପ୍ରଶ୍ନ ହିଁ ଉଠୁନାହିଁ ।

ଦେଶର ସର୍ବପୁରାତନ ରାଜନୈତିକ ଦଳ ଆଗରେ ଏବେ ଦେଖାଦେଇଛି ନେତୃତ୍ବ ସଂକଟ । 2014 ଏବଂ 2019 ନିର୍ବାଚନ ବେଳେ ମଙ୍ଗ ଧରିଥିଲେ ସୋନିଆ ଏବଂ ରାହୁଲ । ଦଳ ସାଂଘାତିକ ବିପର୍ଯ୍ୟୟର ସମ୍ମୁଖୀନ ହେଲା । ରାହୁଲ ପଦବୀ ଛାଡିଥିଲେ ମଧ୍ୟ ତାଙ୍କୁ ବାରମ୍ବାର ଏହି ପଦରେ ରହିବା ପାଇଁ କଂଗ୍ରେସ ନେତା ଅନୁରୋଧ କଲେ । ଏବେ ରେସରେ ଅଶୋକ ଗେହେଲଟ ଆଗରେ । ଦେଖିବାର କଥା କଂଗ୍ରେସର ନେତୃତ୍ବ ସଂକଟ ବେଳେ କିଏ ଧରୁଛି ମଙ୍ଗ । କିଏ ସମ୍ଭାଳୁଛି କଂଗ୍ରେସ । କାରଣ ଗତକାଲି ଜୟଦେବ ଜେନା କହିସାରିଛନ୍ତି 2024 ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ ।

ଅର୍ଥାତ କର ବା ମର ପରିସ୍ଥିତି କଂଗ୍ରେସ ପାଇଁ । ଦେଖିବାର କଥା 2024କୁ ଦୃଷ୍ଟିରେ ରଖି କଂଗ୍ରେସ କାହା ନେତୃତ୍ବରେ ଘର ସଜାଡୁଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଲାଲମୋହନ ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.