କଟକ: କଂଗ୍ରେସ ବିଧାୟକ ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୋକିମ । ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଏନେଇ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେବା ଅନୁଚିତ ବୋଲି ସେ କହିଛନ୍ତି ।
ଦଳ ଭିତରେ ତାଙ୍କର ମନମାଳିନ୍ୟ ପ୍ରସଙ୍ଗକୁ ମଧ୍ୟ ସେ ଏଡାଇ ଦେଇଛନ୍ତି। ମୁଁ କଂଗ୍ରେସ ରେ ଅଛି । ଦଳର ସଦୃଢ଼ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରଖିଛି। ଯାହା କିଛି ଘଟଣା ଘଟିଛି ସେ ସମ୍ବନ୍ଧରେ CLP ବୈଠକରେ ଆଲୋଚନା କରାଯିବ। ସେହିପରି କଂଗ୍ରେସ ଛାଡିବା ପ୍ରଶ୍ନକୁ ମଧ୍ୟ ଏଡାଇ ଦେଇଛନ୍ତି ମୋକିମ।
ଇଟିଭି ଭାରତ, ଭୁବନେଶ୍ବର