ETV Bharat / city

ଶିବଙ୍କ ଶ୍ରାବଣ: କିଏ ଆରମ୍ଭ କରିଥିଲେ 'ବୋଲବମ୍‌ ଯାତ୍ରା' ?

author img

By

Published : Jul 22, 2019, 7:00 AM IST

ଆସନ୍ତୁ ଜାଣିବା ଶ୍ରାବଣ ଯାତ୍ରା, ବୋଲବମ ତଥା କାଉଡି ଯାତ୍ରାର ପୌରାଣିକ କଥା । କିଏ, କେବେ ପ୍ରଥମେ ଏହି ଶ୍ରାବଣରେ ପାଣି ଭାର ନେଇ ଶିବଙ୍କ ମସ୍ତକରେ ଅଭିଷେକ କରିଥିଲେ । ଅନେକ ପୁରାଣ ପଣ୍ଡିତଙ୍କ ମତ ଅନୁସାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଏହି ଯାତ୍ରା ଆରମ୍ଭ କରିଥିଲେ । ସେହିପରି ଅନେକ ଶ୍ରବଣ କୁମାର ତ କେହି କେହି ବିଜ୍ଞ ପର୍ଶୁରାମ ଭଗବାନ ବୋଲବମ୍‌ ଯାତ୍ରା ଆରମ୍ଭ କରିଥିବା କହିଛନ୍ତି । ଏତଦ୍‌ବ୍ୟତୀତ ରାକ୍ଷସ ରାଜା ରାବଣ ଏହି ଯାତ୍ରାର ଶୁଭାରମ୍ଭ କରିଥିବା ବର୍ଣ୍ଣନା ରହିଛି ।

ଡିଜାଇନ ଫଟୋ

ଭୁବନେଶ୍ବର: ଭକ୍ତି, ଧର୍ମ ଓ ବିଶ୍ବାସର ଦେଶ ଭାରତବର୍ଷ । ବେଦ, ବେଦାନ୍ତ, ପୁରାଣ, ଦର୍ଶନ, ଶାସ୍ତ୍ର, ଉପନିଷଦ ଆମର ସମ୍ପତ୍ତି । ବ୍ରତ, ଓଷା, ଉପବାସ ଆମ ଆସ୍ଥାର ପ୍ରତୀକ । ଉପବାସ ରହି, ଆରାଧନାରେ ଆରାଧ୍ୟଙ୍କୁ ସନ୍ତୁଷ୍ଟ କରି ସୁଖଶାନ୍ତିର ଆଶୀର୍ବାଦ ପାଇବା ପାଇଁ ଅନୁରୋଧ, ଉଚ୍ଚାଶା ଥାଏ ଭକ୍ତ, ଶ୍ରଦ୍ଧାଳୁଙ୍କର । ତଦନୁଯାୟୀ ଅତ୍ୟନ୍ତ ଦୟାଳୁ କୋପେ ବର ଏବଂ ତପେ ବର ମହାଦେବଙ୍କୁ ଶ୍ରାବଣରେ ଜଳାଭିଷେକ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ଯାତ୍ରା, ବୋଲବମ ତଥା କାଉଡି ଯାତ୍ରାର ପୌରାଣିକ କଥା । କିଏ, କେବେ ପ୍ରଥମେ ଏହି ଶ୍ରାବଣରେ ପାଣି ଭାର ନେଇ ଶିବଙ୍କ ମସ୍ତକରେ ଅଭିଷେକ କରିଥିଲେ । କିଏ ଥିଲେ ପ୍ରଥମ କାଉଡିଆ ?

bolbam-yatra
ଡିଜାଇନ ଫଟୋ

ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ବୋଲ ବମ ଯାତ୍ରାରେ ଭାଗ ନେଉଥିବା ଭକ୍ତଙ୍କୁ 'କାଉଡ଼ିଆ' କହାଯାଏ । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷିକ୍ତ କରିଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପଧନ, ସନ୍ତାନ, ସନ୍ତତି, ସୁଗଠିତ ଶରୀର, ଆରୋଗ୍ୟ ଜୀବନ, ବସ୍ତ୍ର, ଆଭୂଷଣ, ଜ୍ଞାନ, ଆସାଧାରଣ ପ୍ରତିଷ୍ଠା, ଦୀର୍ଘାୟୁ, ଉତ୍ତମ ବଚନ, ଉତ୍ତମ ମିତ୍ର, ମାନ ସମ୍ମାନର, ସକଳ ପାପ ଓ ସକଳ ସଙ୍କଟମୋଚନ ହୋଇଥାଏ ।

ଏହି ଧାର୍ମିକ ପଦଯାତ୍ରାକୁ ପ୍ରଥମେ ଭଗବାନ ଶ୍ରୀରାମ ତ୍ରେତୟା ଯୁଗରେ ଆରମ୍ଭ କରିଥିବା ମତ ରହିଛି । ମତ ଅନୁସାରେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଝାଡଖଣ୍ଡର ସୁଲତନଗଞ୍ଜରୁ କାନ୍ଧରେ ପାଣି ଭାର ନେଇ ବୈଦନାଥସ୍ଥିତ ଜ୍ୟୋତିର୍ଲିଙ୍ଗ ମହାପ୍ରଭୁଙ୍କୁ ଶିବଙ୍କୁ ଜଳାଭିଷେକ କରିଥିଲେ ।

ଅନେକ ପୁରାଣ ପଣ୍ଡିତ, ବିଦ୍ବାନଙ୍କ କଥା ଅନୁସାରେ ପର୍ଶୁରାମ ଭଗବାନ ପ୍ରଥମ କାଉଡିଆ ଥିଲେ । ସେ ଉତ୍ତରପ୍ରଦେଶ ବାଗପତ ନିକଟସ୍ଥ ‘ପୁରା ମହାଦେବ’ଙ୍କୁ ଗଙ୍ଗାନଦୀରୁ ଜଳଭାର ଆଣି ମହାଦେବଙ୍କୁ ଅଭିଷିକ୍ତ କରିଥିଲେ । ପ୍ରାଚୀନ କଥା ଅନୁସାରେ ପର୍ଶୁରାମ ଗଡମୁକ୍ତେଶ୍ବର ଘାଟରୁ ପାଣି ଭାର ଉଠାଇଥିଲେ । ଏହାର ପୌରାଣିକ ମହିମାକୁ ଲକ୍ଷ୍ୟ କରି ଗଡମୁକ୍ତେଶ୍ବର ବର୍ତ୍ତମାନ ବ୍ରଜଘାଟରୁ ଲକ୍ଷାଧିକ ଭକ୍ତ ଶ୍ରାବଣ ମାସରେ ପାଣି ଭାର ଉଠାଇଥାନ୍ତି ।

ସେହିଭଳି ଅନେକ ପୁରାଣ, ଶାସ୍ତ୍ର, ବେଦରେ ଜ୍ଞାନୀଜନଙ୍କ ତଥ୍ୟ ଅନୁସାରେ ଶ୍ରାବଣରେ ବୋଲବମ୍‌ ଯାତ୍ରା ଶ୍ରବଣକୁମାର ତ୍ରେତୟା ଯୁଗରେ ଆରମ୍ଭ କରିଥିବା କୁହନ୍ତି । ସେ ତାଙ୍କ ମାତାପିତାଙ୍କୁ ତୀର୍ଥ ଯାତ୍ରା କରିବା କ୍ରମରେ ପାଇଁ ହିମାଚଳର ଉନା କ୍ଷେତ୍ରରେ ଅବସ୍ଥାପିତ ଥିଲେ । ତତପରେ ତାଙ୍କ ଅନ୍ଧ ମାତା-ପିତା ହରିଦ୍ବାରରେ ଗଙ୍ଗା ସ୍ନାନ କରିବା ପାଇଁ ଇଚ୍ଛା କରିଥିଲେ ।

ମାତାପିତାଙ୍କୁ ଗଙ୍ଗାସ୍ନାନ କରାଇବା ଲକ୍ଷ୍ୟରେ ସେ ବାହୁଙ୍ଗୀରେ ଭାର କରି ପିତା-ମାତାଙ୍କୁ ବୋହି ନେବା ପରେ ଗଙ୍ଗାସ୍ନାନ କରାଇଥିଲେ । ଏହିଠାରୁ ଦେଶରେ କାଉଡିଆ ଯାତ୍ରାର ଶୁଭାରମ୍ଭ ବୋଲି କୁହାଯାଉଛି ।

ଅନେକ ଶାସ୍ତ୍ରଜ୍ଞ ଏହାର ଶ୍ରେୟ ରାବଣକୁ ପ୍ରଦାନ ଦେଇଥିବା ମତ ରହିଛି । ସମୁଦ୍ର ମନ୍ଥନବେଳେ ମହାଦେବ ହଳାହଳ ବିଷ ପାନ କରିଥିଲେ । ତାଙ୍କର ବିଷ ଜ୍ବାଳା ଶାନ୍ତ କରିବା ଲାଗି ରାବଣ ପ୍ରତ୍ୟେକ ଦିନ ଆରାଧ୍ୟ ମହାଦେବଙ୍କୁ ଜଳାଭିଷେକ କରୁଥାନ୍ତି । ଏହା ଫଳରେ ଶିବ ବିଷ ବେଦନାରୁ ମୁକ୍ତ ହେବାରେ ଲାଗିଥିଲେ । ଏହାପରେ ଏହାକୁ ଅନ୍ୟ ଦେବାଦେବୀ ଅନୁସରଣ କରି ମହାଦେବଙ୍କୁ ସୁବାସିତ, ଶୀତଳ ଜଳାର୍ପିତ କରିଥିଲେ । ଏହିଠାରୁ ବୋଲବମ ଯାତ୍ରା ଆରମ୍ଭ ହୋଇଥିବା ଜଣାଯାଏ ।

ପୌରାଣିକ କଥାବସ୍ତୁ, ବିଶ୍ଳେଷଣକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ଭୋଲା ବାବା ପାର କରେଗା, ବୋଲ ବମ ହରହର ବମ୍‌ ଧ୍ବନିରେ ଗଗନପବନ ମୁଖରିତ ହୋଇଥାଏ । ବର୍ଷା, ପବନ, ବନ୍ଧୁର ରାସ୍ତାରେ ମନାସିକଧାରୀ, ବ୍ରତଧାରୀ କାଉଡିଆ ଯାତ୍ରା ଶ୍ରାବଣ ମାସ ଶିବଙ୍କ ମାସ ବୋଲି ଦର୍ଶାଇଥାଏ ।

ଏଠାରେ କହିଦେଉଛୁ କି ଏଥର ଶ୍ରାବଣ ମାସ ୧୭ ଜୁଲାଇରୁ ଆରମ୍ଭ ହୋଇଛି । ୧୭ ଜୁଲାଇରୁ ଆରମ୍ଭ ହୋଇ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହି ଶ୍ରାବଣ ମାସରେ ୪ଟି ସୋମବାର ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Testing Rakesh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.