ETV Bharat / city

ବିଧାୟକଙ୍କୁ ଭୁଲିଗଲା ବିଧାନସଭା; ଉପସ୍ଥାନ ସିଟରେ ମହେଶ ସାହୁ ଏବେବି ବିଧାୟକ !

ବର୍ତ୍ତମାନର ପାଲଲହଡାର ବିଧାୟକ କିଏ ? ମୁକେଶ ପାଲ ନା ମହେଶ ସାହୁ ? ବିଧାନସଭାର ଆଟେଣ୍ଡାନ୍ସ ସିଟରୁ ଉପୁଜିଛି ଏହି ସ୍ଥିତି । କ’ଣ ରହିଛି ଘଟଣା...

author img

By

Published : Feb 19, 2020, 5:28 PM IST

Palhada mla mukesh pal
Palhada mla mukesh pal

ଭୁବନେଶ୍ବର: ବିଧାନସଭାର କାର୍ଯ୍ୟବିଦ୍ଧିକୁ ନେଇ ଏବେ ଉଠିଛି ପ୍ରଶ୍ନ ? ଷୋଡଶ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିବାର 9ମାସ ହୋଇଗଲାଣି । ଅଥଚ ବିଧାନସଭା ଆଟେଣ୍ଡାନ୍ସ (ଉପସ୍ଥାନ) ସିଟରେ ବିଧାୟକଙ୍କ ନାଁ ନାହିଁ।

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଧାନସଭାରେ । ଘଟଣା ଅନୁସାରେ ଅନୁଗୋଳ ଜିଲ୍ଲା ପାଲଲହଡା ବିଧାନସଭା ଆସନରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି ମୁକେଶ ପାଲ । ହେଲେ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଆଟେଣ୍ଡାନ୍ସ ସିଟରେ ମୁକେଶଙ୍କ ନା ନଥିଲା ।

ବିଧାନସଭା ଆଟେଣ୍ଡାନ୍ସ ସିଟରେ ମହେଶ ସାହୁ ଏବେବି ବିଧାୟକ !

ପୁଣିଥରେ ବୁଧବାର ସେହି ସମାନ ଘଟଣା ଘଟିଛି ବିଧାୟକ ମୁକେଶ ପାଲଙ୍କ ସହ ଘଟିଛି । ତାଙ୍କ ନାଁ ବଦଳରେ ଅଛି ମହେଶ ସାହୁଙ୍କ ନାମ । ଏହି ଅସମ୍ମାନ ଜନକ ପ୍ରସଙ୍ଗକୁ ନେଇ ବିଧାୟକ ମୁକେଶ ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଗୃହର ଆଟେଣ୍ଡାନ୍ସ ସିଟରେ ତାଙ୍କ ନା ବଦଳରେ ପୂର୍ବତନ ବିଧାୟକଙ୍କ ନା ଅଛି । ଯାହା ତାଙ୍କ ପାଇଁ ଅପମାନ । ଖାଲି ଏତିକି ନୁହେଁ କିଛିଦିନ ତଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଧ୍ୟ ତାଙ୍କ ନା ବଦଳରେ ପୂର୍ବତନ ବିଧାୟକଙ୍କ ନା ଛାପିଛି ବୋଲି କହିଛନ୍ତି । ବର୍ତ୍ତମାନର ସେ ପାଲଲହଡା ବିଧାୟକ ବୋଲି ବିଧାନସଭା କିମ୍ବା ସୂଚନା ଲୋକ ସଂପର୍କ ବିଭାଗ ପାଖରେ ଖବର ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ।

ଏହି ଘଟଣାକୁ ନେଇ ବାଚସ୍ପତି ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.