ETV Bharat / city

3 ଶାବକକୁ ଜନ୍ମ ଦେଲା ବାଘୁଣୀ ବିଜୟା - ଧଳା ବାଘୁଣୀ ବିଜୟା

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ବିଜୟା ତୃତୀୟ ଥର ପାଇଁ ମାଆ ହୋଇଛି । ଅଧିକ ପଢନ୍ତୁ...

ତୃତୀୟ ଥର ପାଇଁ ମାଆ ହେଲା ବିଜୟା
ତୃତୀୟ ଥର ପାଇଁ ମାଆ ହେଲା ବିଜୟା
author img

By

Published : Mar 28, 2021, 4:46 PM IST

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ବିଜୟା ତୃତୀୟ ଥର ପାଇଁ ମାଆ ହୋଇଛି । ରବିବାର ବିଜୟା ୩ଟି ଶାବକକୁ ଜନ୍ମ ଦେଇଛି । ପୂର୍ବରୁ ମଧ୍ୟ ବିଜୟା ୪ଟି ସନ୍ତାନର ମା ହୋଇ ସୁଚାରୁ ରୂପେ ଛୁଆମାନଙ୍କୁ ଲାଳନ ପାଳନ କରି ବଡ଼ କରିଥିଲା ।

ଏବେ ଦୁଇ ଶାବକ ଜନ୍ମ ଦେବା ପରେ ମାଆ ବାଘୁଣୀ ଶାବକମାନଙ୍କୁ ଭଲ ଭାବେ ଲାଳନ ପାଳନ କରୁଥିବା ସିସିଟିଭି ମାଧ୍ୟମରେ ଜଣାପଡ଼ିଛି । ହାଇଦ୍ରାବାଦ ବାଘ ସେଫ ଓ ବିଜୟାକୁ ଗତ ଡିସେମ୍ବର ୧୫ ତାରିଖରେ ମିଳନ କରାଯାଇଥିଲା । ତେବେ ଶାବକ ଜନ୍ମ ନେବା ପରେ ଯେପରି କୌଣସି ଅସୁବିଧା ସୃଷ୍ଟି ନ ହେବ ସେନେଇ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି । ଏମାନଙ୍କ ସଂଖ୍ୟା ଏବେ ପ୍ରାଣୀ ଉଦ୍ୟାନରେ ୨୬ କୁ ବୃଦ୍ଧି ପାଇଛି । ନନ୍ଦନକାନନରେ ସାଧାରଣତଃ ନାଲି ଓ ଧଳା ରଙ୍ଗର ବାଘବାଘୁଣୀ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.