ETV Bharat / city

କେବେ ମିଳିବ ଶୁଦ୍ଧ ପାନୀୟ ଜଳ, ସ୍ପଷ୍ଟ କରନ୍ତୁ ସରକାର: ବିଜେପି ମୁଖପାତ୍ର

ବିଜେପି ଦଳୀୟ ମୁଖପାତ୍ର ରମାରଞ୍ଜନ ବଳିୟାର ସିଂ କହିଛନ୍ତି 56% ଘରକୁ ଏଯାଏଁ ପାନୀୟ ଜଳ ଯୋଗାଇ ଦିଆଯାଇ ପାରିଲା ନାହିଁ । ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ ହେବା କଥା, ତାହା ହେଉନି । ରାଜ୍ୟର ମାତ୍ର 67% ସ୍କୁଲ, 54% ଅଙ୍ଗନୱାଡି କେନ୍ଦ୍ରକୁ ପାଣି ବ୍ୟବସ୍ଥା ହୋଇଛି । 160 ବ୍ଲକରେ କାଗଜ କଲମରେ ସୀମିତ ରହିଛି ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଅଧିକ ପଢନ୍ତୁ

author img

By

Published : Apr 9, 2022, 9:56 PM IST

କେବେ ସୁଦ୍ଧା ଶୁଦ୍ଧ ପାନୀୟ ଜଳ ଯୋଗାଇବେ ସରକାର ସ୍ପଷ୍ଟ କରନ୍ତୁ: ବିଜେପି ମୁଖପାତ୍ର

ଭୁବନେଶ୍ବର: ଜଳ ଜୀବନ ମିଶନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । 56% ଘରକୁ ଏଯାଏଁ ପାନୀୟ ଜଳ ଯୋଗାଇ ଦିଆଯାଇ ପାରିଲା ନାହିଁ । ପାନୀୟ ଜଳ ଯୋଗାଣକୁ ନେଇ ବିଜେପି ପ୍ରେସମିଟ କରି ଏଭଳି ଅଭିଯୋଗ ଆଣିଛି । ଦଳୀୟ ମୁଖପାତ୍ର ରମାରଞ୍ଜନ ବଳିୟାର ସିଂ କହିଛନ୍ତି 56% ଘରକୁ ଏଯାଏଁ ପାନୀୟ ଜଳ ଯୋଗାଇ ଦିଆଯାଇ ପାରିଲା ନାହିଁ । ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ ହେବା କଥା, ତାହା ହେଉନି । ରାଜ୍ୟର ମାତ୍ର 67% ସ୍କୁଲ, 54% ଅଙ୍ଗନୱାଡି କେନ୍ଦ୍ରକୁ ପାଣି ବ୍ୟବସ୍ଥା ହୋଇଛି । 160 ବ୍ଲକରେ କାଗଜ କଲମରେ ସୀମିତ ରହିଛି ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ପାଣି ପାଇଁ ଲୋକ ଡହକ ବିକଳ ହେଉଥିବା ବେଳେ 88.33 ଲକ୍ଷ ପରିବାରକୁ ଜଳ ଯୋଗାଣ ହେବା କଥା । ହେଲେ 47.81 ଲକ୍ଷ ପରିବାରକୁ ଜଳ ଯୋଗାଣ ହୋଇପାରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି ରମା କହିଛନ୍ତି 3 ହଜାର 323 କୋଟି ମିଳିଥିବା ବେଳେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ 5 ବର୍ଷରେ 5 ହଜାର 280 କୋଟି ଟଙ୍କା ମିଳିବ । ହେଲେ କେନ୍ଦ୍ରୀୟ ଅନୁଦାନ ପର୍ଯ୍ୟାପ୍ତ ମିଳୁଛି । କିନ୍ତୁ ରାଜ୍ୟ ସରକାର ନିଜ ଭାଗ 1 ହଜାର 289 କୋଟି ଟଙ୍କା ଦେବାକୁ ଥିବା ବେଳେ ମାତ୍ର 42 କୋଟି ଟଙ୍କା ଦେଇଛନ୍ତି । ପରିବାରକୁ ପାନୀୟ ଜଳ ଯୋଗାଣ ନେଇ 3 ବର୍ଷ ପୂର୍ବରୁ ଯେଉଁ ଚିତ୍ର ଥିଲା, ଅନ୍ୟ ରାଜ୍ୟରେ 3 ଗୁଣା ଭଲ ପ୍ରଦର୍ଶନ ହୋଇଛି । କିନ୍ତୁ ଓଡିଶା ସ୍ଥିତି ଯେସାକୁ ତେସା ରହିଛି । ଜଳ ଜୀବନ ମିଶନରେ କେନ୍ଦ୍ର କୋଟି କୋଟି ଟଙ୍କା ଦେଉଛି କିନ୍ତୁ ରାଜ୍ୟ ସରକାର ଖର୍ଚ୍ଚ ନକରି ଫେରାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିଭଳି ସେ ଅଭିଯୋଗ କରିଛନ୍ତି କେନ୍ଦ୍ର ପ୍ରକଳ୍ପ ଓ କେନ୍ଦ୍ର ଅର୍ଥ ଦେଉଥିବା ସତ୍ତ୍ବେ କେବଳ ବସୁଧା ଯୋଜନାର ଲୋଗୋ ଲାଗୁଛି । କେବେ ସୁଦ୍ଧା ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବେ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ବୋଲି ରମାରଞ୍ଜନ ବାଲିଆରସିଂହ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.