ETV Bharat / city

‘ରାଜ୍ୟରେ କେବେ ଖୋଲିବ ସ୍କୁଲ ? ଶ୍ରେଣୀରେ ବସି ପଢିବେ ପ୍ରଥମରୁ ନବମ ଛାତ୍ରଛାତ୍ରୀ’

author img

By

Published : Jan 30, 2021, 6:26 PM IST

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ଅନଲାଇନ ମାଧ୍ୟମରେ କରାଯାଉଛି କ୍ଳାସ। ରାଜ୍ୟରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିଥିବା ବେଳେ କେବେ ଖୋଲିବ ବାକି ଶ୍ରେଣୀର ସ୍କୁଲ। ଅଧିକ ପଢନ୍ତୁ...

school open
ରାଜ୍ୟରେ କେବେ ଖୋଲିବ ପ୍ରଥମରୁ ନବମ ଶ୍ରେଣୀ ସ୍କୁଲ

ଭୁବନେଶ୍ବର: କେବେ ଖୋଲିବ ପ୍ରଥମରୁ ନବମ ଶ୍ରେଣୀ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ଅନଲାଇନ ମାଧ୍ୟମରେ କରାଯାଉଛି କ୍ଳାସ। ରାଜ୍ୟରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିଥିବା ବେଳେ କେବେ ଖୋଲିବ ବାକି ଶ୍ରେଣୀର ସ୍କୁଲ।

ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ଛାତ୍ରଛତ୍ରୀ ମାନଙ୍କୁ ପାଠପଢ଼ାରେ ଅନେକ ବ୍ୟାଘାତ ଦେଖିବାକୁ ମିଳିଛି। ରାଜ୍ୟ ସରକାର ଏହାକୁ ନେଇ ଅନଲାଇନ କ୍ଳାସ ଆରମ୍ଭ କରିଥିବା ବେଳେ ଶିକ୍ଷାକୁ ଅଭିବୃଦ୍ଧି କରିବା ପାଇଁ ସରକାର ଅଣ୍ଟା ଭିଡିଥିଲେ। ଏନେଇ ଅନେକ ପିଲାମାନେ ଅନଲାଇନ କ୍ଳାସରେ ସଠିକ ଭାବରେ ବ୍ୟବହାର କରିପାରୁନାହାନ୍ତି। ନିକଟରେ 8 ତାରିଖରେ ଦଶମ ଓ 11 ତାରିଖରେ ଯୁକ୍ତ ଦୁଇ ଶ୍ରେଣୀ ପାଠ ପଢା ପାଇଁ ବିଦ୍ୟାଳୟ ଖୋଲିବା ବେଳେ ଅନ୍ୟ ସବୁ ଶ୍ରେଣୀ କେବେ ଖୋଲିବ ଓ ପିଲା ମାନେ ପାଠ ପଢିବେ ତାକୁ ନେଇ ଚାହିଁ ବସିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ଏନେଇ ଅଭିଭାବକ ମହାସଂଘ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଯାହା ପ୍ରଥମରୁ ନବମ ଓ ଏକାଦଶ ଶ୍ରେଣୀର ସ୍କୁଲ ଖୋଲିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟରେ କୋରୋନାର ପ୍ରଭାବ କମିବାରେ ଲାଗିଛି।

ଏପଟେ ସ୍କୁଲ ଖୋଲିବା ସହ ଗୁରୁତ୍ବପୂର୍ଣ୍ଣ ଶ୍ରେଣୀ 9ମ ଏବଂ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଚିଠି ଲେଖିଛନ୍ତି। ଅନଲାଇନ କ୍ଳାସରେ ପିଲାଙ୍କ ପାଠ ପଢା ବ୍ୟାଘାତ ଘଟୁଥିବା ବେଳେ ତୁରନ୍ତ ସ୍କୁଲ ଖୋଲିବା ପାଇଁ ଅନୁରୋଧ କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.