ETV Bharat / city

ଲଘୁଚାପ ଆଣିବ ମୌସୁମୀ ବର୍ଷା - ଘୁର୍ଣ୍ଣିବଳୟ ଲଘୁଚାପ ବର୍ଷା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶାରେ ମୌସୁମୀ ବର୍ଷା ହେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘ଼ଡଘଡି ହେବାର ସମ୍ଭାବନା ରହିଛି ।

wheather-update-of-odisha
ଲଘୁଚାପ ଆଣିବ ମୌସୁମୀ ବର୍ଷା
author img

By

Published : Jun 10, 2020, 9:26 PM IST

ଭୁବନେଶ୍ବର: ଲଘୁଚାପ ଆଣିବ ମୌସୁମୀ ବର୍ଷା । ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶାରେ ମୌସୁମୀ ବର୍ଷା ହେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘ଼ଡଘଡି ହେବାର ସମ୍ଭାବନା ରହିଛି ।

ଲଘୁଚାପ ଆଣିବ ମୌସୁମୀ ବର୍ଷା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ଗଜପତି, ଗଞ୍ଜାମ, କଳାହାଣ୍ଡି, ପୁରୀ ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଉପକୂଳ ଓଡିଶା ସମେତ ଯାଜପୁର, କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ, ନୟାଗଡ଼, ଅନୁଗୁଳ, କଟକ, ବୌଦ୍ଧ, ସୋନପୁର, ଗଞ୍ଜାମ, କନ୍ଧମାଳ ଏବଂ ଭଦ୍ରକ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି,ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଦେଓଗାଁରେ ସର୍ବାଧିକ ୭୮.୦ ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରେକର୍ଡ ହୋଇଛି । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୯.୧ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.