ETV Bharat / city

24 ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ଓଡିଶାରେ ଘଡଘଡି ସହ ବର୍ଷା - ଭୁବନେଶ୍ବର ଖବର

ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଏହାର ଆଖ ପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅଧିକ ପଢନ୍ତୁ...

ରାଜ୍ୟରେ ବର୍ଷାର ଦେଖା ନାହିଁ,ଗରମରେ ଲୋକେ ହନ୍ତସନ୍ତ

author img

By

Published : Jul 2, 2020, 9:42 PM IST

ଭୁବନେଶ୍ବର: ବର୍ଷାର ଦେଖାନାହିଁ, ଗରମରେ ଲୋକେ ହନ୍ତସନ୍ତ । ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଏହାର ଆଖ ପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ବିଜୁଳି,ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ରାଜ୍ୟରେ ବର୍ଷାର ଦେଖା ନାହିଁ,ଗରମରେ ଲୋକେ ହନ୍ତସନ୍ତ

ରାଜ୍ୟର କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ନୂଆପଡା,କଳାହାଣ୍ଡି,ବରଗଡ଼,ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ଭଦ୍ରକ,ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲା ବିଜୁଳି,ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ପାଣିପାଗ ବିଭାଗ ୟେଲୋ ୱାର୍ନିଙ୍ଗ ଜାରି କରିଛି । ଗତ 24 ଘଣ୍ଟା ଭିତରେ ଦକ୍ଷିଣ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ମାଲକାନଗିରି ଜିଲ୍ଲା ମାଥିଲିରେ ସର୍ବାଧିକ ୫୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ୫୨.୦ ମିମି, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ୫୧.୪ ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ୧ ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ୧୦ ଜିଲ୍ଲାରେ ଅଧିକ ବର୍ଷା, ୧୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ଓ ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଝାରସୁଗୁଡାରେ ୭୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଓଡ଼ିଶାରେ ୨୬୧ ମିମି ବର୍ଷା ରେକର୍ଡ କରାଯାଇଛି ।

ପଶ୍ଚିମ ଓଡିଶାର ଝାରସୁଗୁଡା, ମାଲକାନଗିରି, ଦେବଗଡ଼, ସୁନ୍ଦରଗଡ, ନୂଆପଡା, ବରଗଡ଼,କୋରାପୁଟ, କଳାହାଣ୍ଡି, ସମ୍ବଲପୁର ଢେଙ୍କାନାଳ ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ଉପକୂଳ ଓଡିଶାର ଖୋର୍ଦ୍ଧା, ଯାଜପୁର,କେନ୍ଦ୍ରାପଡା, କଟକ,ଜଗତସିଂହପୁର ଓ ପୁରୀ ଜିଲ୍ଲା ରେ ୮୦ ପ୍ରତିଶତରୁ କମ ବା ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.