ETV Bharat / city

'WODCର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାକୁ ସ୍ଥାନାନ୍ତର କରିବାକୁ ସରକାର ବାଧ୍ୟ' - କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାରେ ସ୍ଥାନାନ୍ତର କରିବା ପାଇଁ ସରକାର ବାଧ୍ୟ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ...

Narasingha mishra
WODCର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାକୁ ସ୍ଥାନାନ୍ତର କରିବାକୁ ସରକାର ବାଧ୍ୟ
author img

By

Published : Feb 16, 2021, 7:07 PM IST

ଭୁବନେଶ୍ବର: ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ସ୍ଥାନନ୍ତରକୁ ନେଇ ଆରମ୍ଭ ହୋଇଛି ରାଜନୀତି । WODC ର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାରେ ସ୍ତାନାନ୍ତର କରିବା ପାଇଁ ବାଧ୍ୟ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

'WODCର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାକୁ ସ୍ଥାନାନ୍ତର କରିବାକୁ ସରକାର ବାଧ୍ୟ'

ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରୁ ପଶ୍ଚିମ ଓଡିଶାକୁ ସ୍ଥାନାନ୍ତରକୁ ନେଇ ରାଜନୀତି ଜୋରଦାର ହୋଇଛି । ରାଜଧାନୀ ଭୁବନେଶ୍ବରରେ ଥିବା ପଶ୍ଚିମ ଓଡିଶା ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡିଶାକୁ କାହିଁକି ସ୍ତାନାନ୍ତର କରାଯାଉନାହିଁ ବୋଲି ରାଜ୍ୟ ସରକାରଙ୍କୁ ଉପରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ପଶ୍ଚିମ ଓଡିଶାବାସୀଙ୍କ ଦୀର୍ଘ ଦିନର ଏହି ଦାବି କେବେ ପୂରଣ କରିବେ ବୋଲି କହିଛନ୍ତି । ନିଜ ଅଞ୍ଚଳରେ କାର୍ଯ୍ୟାଳୟ ରହିଲେ ଲୋକଙ୍କ ନିକଟରେ ବିକାଶମୂଳକ କାର୍ଯ୍ୟ ପହଞ୍ଚିବ ବୋଲି ନରସିଂହ ମିଶ୍ର କହିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦକୁ 200 କୋଟି ଟଙ୍କା ଘୋଷଣାକୁ ନେଇ ମଧ୍ୟ ରାଜ୍ୟ ସରକାରକୁ ସମାଲୋଚନା କିରଛନ୍ତି ନରସିଂହ ମିଶ୍ର । ଏହା ପୂର୍ବରୁ 2000 ମସିହାରେ 50 କୋଟି ଟଙ୍କା ଦିଆଯାଇଥିଲା କିନ୍ତୁ ଲୋକଙ୍କୁ ଏହା ପଶ୍ଚିମ ଓଡିଶା ପ୍ରତି ଅନୁଦାନକୁ ନେଇ ରାଜନୀତି କରାଯାଉଛି ବୋଲି କହିଛନ୍ତି । ସେହିପରି ଆଜି ସୁନ୍ଦରଗଡରେ ମୁଖ୍ୟମନ୍ତ୍ରୀଙ୍କ 5000 କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି । ରାଜ୍ୟରେ ଯଦି ସରକାର ସବୁ ଯୋଜନା ସଫଳ ହେଉଛି ତେବେ ଓଡିଶାରେ ଲୋକଙ୍କ ସମସ୍ୟା ହ୍ରାସ ପାଉନାହିଁ କାହିଁକି ବୋଲି କହିଛନ୍ତି ।

ସୂଚନାଥାଉକି ରାଜ୍ୟ ସରକାର ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ 200 କୋଟି ଟଙ୍କା ଘୋଷଣା କରିଥିଲେ । ଏହା ସହ ପଶ୍ଚିମ ଓଡିଶାର 10 ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲାଯିବା ନେଇ ଘୋଷଣା କରିଛନ୍ତି । 2000 ମସିହିରେ ପଶ୍ଚିମ ଓଡିଶାର ବିକାଶ ପାଇଁ ସରକାର ସ୍ବତନ୍ତ୍ର ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.